ମାସେ ହେଲା ଘୂରି ବୁଲୁଛନ୍ତି ଅଜଣା ବ୍ୟକ୍ତି:ପ୍ରଶାସନ ପକ୍ଷରୁ ତଦନ୍ତ ଦାବି

ନିରାକାରପୁର,୩୦ା୪(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ଷ୍ଟେଶନ୍‌ ଅଞ୍ଚଳରେ ଦୀର୍ଘ ମାସେ ହେବ  ଆଟାଚି ଧରି ଜଣେ ଅଜଣା ବ୍ୟକ୍ତି ଖରାରେ ଘୁରି ବୁଲୁଛନ୍ତି ା ସେ କେବଳ ଖରାରେ ଏକୁଟିଆ ବସୁଛନ୍ତି ା ଖାଇବାକୁ କାହାକୁ କିଛି ନ ମାଗି ନିଜସ୍ବ ଖର୍ଚ୍ଚରେ କିଣୁଛନ୍ତି। ତାଙ୍କୁ ଯାହା ପଚାରିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନାହାନ୍ତି ା ବ୍ୟକ୍ତି ଜଣକ ଧରିଥିବା ଆଟାଚିଟି କୌଣସି ବ୍ୟକ୍ତିଙ୍କ ସମ୍ମୁଖରେ ଖୋଲୁନାହାନ୍ତି ା ତେଣୁ ଏଭଳି ଜଣେ ଅଜଣା ବ୍ୟକ୍ତି ରହସ୍ୟମୟ ଭାବେ ଘୂରି ବୁଲୁଥିବାବେଳେ ପ୍ରଶାସନ ପକ୍ଷରୁ ତଦନ୍ତ ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଯଦି ସେ ଜଣେ ଅସହାୟ କିମ୍ବା ନୀରିହ ହୋଇଥିବେ ତେବେ  ବିିଭିନ୍ନ ଯୋଜନା ଅନୁସାରେ ତାଙ୍କୁ ସରକାରୀ ସହାୟତା ମଧ୍ୟ ଯୋଗାଇଦେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ପୋଲିସ ଓ ପ୍ରଶାସନ ଏହି ବ୍ୟକ୍ତିଙ୍କୁ ତାଙ୍କର ବିଭିନ୍ନ ତଥ୍ୟ ଓ  ଠିକଣା ବୁଝି ପରିବାରକୁ ହସ୍ତାନ୍ତର କରିବା କଥା । କିନ୍ତୁ ପ୍ରଶାସନ ଏଥିପ୍ରତି ଅଣଦେଖା କରୁଥିବା ଜଣାପଡ଼ିଛି। ଏ ନେଇ ନିରାକାରପୁର ଥାନା ଏ ଏସ୍‌ ଆଇ ଶରତ ପାଇକରାୟଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ଏକଥା ଯାଣି ନ ଥିଲୁ। ତୁରନ୍ତ ଏହାର କିଛି  ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଥିଲେ ା