Categories: ଜାତୀୟ

ମାସିକ ୬ ହଜାର ଟଙ୍କା ଆୟ କରୁଥିବା ଯୁବକଙ୍କ ନାଁରେ ଆସିଲା ୩.୪୯ କୋଟି ଟଙ୍କାର ଆୟକର ନୋଟିସ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ଭିଣ୍ଡର ରବି ଗୁପ୍ତା ନାମକ ଜଣେ ଯୁବକଙ୍କ ନିକଟକୁ ୩.୪୯ କୋଟି ଟଙ୍କାର ଆୟକର ନୋଟିସ ଆସିଥିବା ସେ ପ୍ରକାଶ କରିଛନ୍ତି। ତାଙ୍କର ମାସିକ ଆୟ ପ୍ରାୟ ୬ ହଜାର ଟଙ୍କା ହୋଇଥିବା ବେଳେ ଏତେ ପରିମାଣର ଆୟକର ନୋଟିସ ପାଇ ସେ ଚମକି ପଡିଛନ୍ତି। ରବିଙ୍କ କହିବା କଥା ହେଲା, ୨୦୧୧ରେ ତାଙ୍କ ପ୍ୟାନ କାର୍ଡ ଓ ଫଟୋ ବ୍ୟବହାର କରି ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲା ଯାଇଛି। ଯେଉଁଥିରେ ୧୩୨ କୋଟି ଟଙ୍କା ଟ୍ରାଞ୍ଜାକଶନ୍‌ ମଧ୍ୟ ହୋଇଛି। ହେଲେ ସେ ଏ ବିଷୟରେ କିଛି ଜାଣନ୍ତି ନାହିଁ ଓ ଉକ୍ତ ଆକାଉଣ୍ଟ ସେ ଖୋଲି ନାହାନ୍ତି ବୋଲି କହିଛନ୍ତି। ଆଉ ଏବେ ଏହି ଆୟକର ନୋଟିସ କିପରି ଆସିଲା ବୋଲି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Share