ମାସକର ଖାଦ୍ୟ ମାଗଣାରେ ଦେବାକୁ ନିବେଦନ

କଟକ ଅଫିସ୍‌,୨୬ା୩: କରୋନାକୁ ଦୃଷ୍ଟିରେ ରଖି ୨୧ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କରାଯାଇଛି। ତେବେ ଏଥିଯୋଗୁ ଦିନମଜୁରିଆ, ଚୁକ୍ତିଭିିିତ୍ତିକ ଶ୍ରମିକ, ନିର୍ମାଣ ଶ୍ରମିକ, ପାଚିକା, ପରିଚାରିକା, ରିକ୍ସା ଚାଳକ, ଅଟୋ ଚାଳକ, ଉଠାଦୋକାନୀ, ଚାଷୀ ପ୍ରମୁଖଙ୍କ ନିତିଦିନିଆ ରୋଜଗାର ବନ୍ଦ ହୋଇଯାଇଛି। ଯଦ୍ୱାରା ଏହି ବର୍ଗର ଲୋକଙ୍କ ପାଇଁ ଦିନକୁ ଦୁଇବେଳା ଖାଦ୍ୟ ସଂଗ୍ରହ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ଏହି ପରସ୍ଥିତିରେ ଏକମାସ ପର୍ଯ୍ୟନ୍ତ ମାଗଣାରେ ସମସ୍ତଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଏସ୍‌.ୟୁ.ସି.ଆଇ(ସି) ଓଡ଼ିିଶା ରାଜ୍ୟ ସଂପାଦକ ଧୁର୍ଜ୍ଜଟୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।