ମାଳିରେ ନରସଂହାର: ୧୦୦ମୃତ

ବମାକୋ,୧୧।୬: ଆଫ୍ରିକୀୟ ଦେଶ ମାଳିରେ ନରସଂହାରର ଏକ ବଡ ମାମଲା ସାମ୍ନାକୁ ଆସିଛି। ରାତି ସମୟରେ ଏକ ବିସ୍ଫୋରଣ ଘଟାଇ ଗୋଟିଏ ଗାଁର ପାଖାପାଖି ଶହେ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୧୯ ଜଣ ନିଖୋଜ ଥିବା କୁହାଯାଉଛି। ଏଥିପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନ ଥିବା ବେଳେ ଏହା ପଛରେ ଫୁଲାନି ସମୁଦାୟର ହାତ ଥିବା ଅନୁମାନ କରାଯାଉଛି। ଜିଲା ପ୍ରଶାସନର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୯୫ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅଧିକାଂଶ ମୃତଦେହ ଅଧାରୁ ଅଧିକ ଜଳି ଯାଇଛି। ସୂଚନାଯୋଗ୍ୟ, ପାଖାପାଖି ୩ ସପ୍ତାହ ପୂର୍ବରୁ ଫୁଲାନି ସମୁଦାୟ ୧୬୦ ଜଣଙ୍କ ହତ୍ୟା କରିଥିଲେ।

Share