Categories: ଖେଳ

ମାଳବିକାଙ୍କୁ କ୍ୟାରିୟରର ପ୍ରଥମ ଟାଇଟଲ

ମାଲେ(ମାଳଦୀପ),୨୩।୯(ପିଟି): ଯୁବା ଭାରତୀୟ ଶଟଲର ମାଳବିକା ବନସୋଦ ସୋମବାର ମାଳଦୀପ ଅନ୍ତର୍ଜାତୀୟ ଫ୍ୟୁଚର ସିରିଜ୍‌ରେ କ୍ୟାରିୟରର ପ୍ରଥମ ଟାଇଟଲ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗର ଫାଇନାଲରେ ସେ ମ୍ୟାନମାରର ଟପ୍‌ ସିଡ୍‌ ଥେଟ ତାର ଥୁଜାରଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ଅଣସିଡ୍‌ ଭାରତୀୟ ଖେଳାଳି ୨୧-୧୩, ୨୧-୧୧ ଗେମ୍‌ରେ ମ୍ୟାଚ୍‌ ଜିତି ନେଇଛନ୍ତି। ପୁରୁଷ ବିଭାଗରେ ଟପ୍‌ ସିଡ୍‌ କେଭିନ ଆରୋକିଆ ରନ୍‌ ର୍ସଅପ୍‌ ହୋଇ ଅଭିଯାନ ଶେଷ କରିଛନ୍ତି। ତାଙ୍କୁ ୧୩-୨୧, ୧୪-୨୧ ଗେମ୍‌ରେ ଦ୍ୱିତୀୟ ସିଡ୍‌ ଥାଇଲାଣ୍ଡର କାଣ୍ଟାଓ୍ବତ ଲିଲାଭେଚାବୁତ ହରାଇ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ବୈଭବ ଓ ପ୍ରକାଶ ରାଜଙ୍କ ଦ୍ୱିତୀୟ ସିଡ୍‌ ପୁରୁଷ ଡବଲ୍ସ ଯୋଡ଼ି ମଧ୍ୟ ଟାଇଟଲ ହାତେଇଛି।

Share