ମାଲବାହୀ ଟ୍ରେନ୍‌ରେ ନିଆଁ

ଗଞ୍ଜାମ,୧୪।୧(ଡି.ଏନ୍‌.ଏ.): ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଉକ୍ତ କୋଇଲା ବୋଝେଇ ଟ୍ରେନ୍‌ର ଦୁଇଟି ବଗିରୁ ଧୂଆଁ ବାହାରୁଥିବା ସକାଳେ ଗଞ୍ଜାମ ରେଳ ଷ୍ଟେଶନକୁ ଖବର ଆସିଥିଲା। ପରେ ଟ୍ରେନ୍‌ଟି ଗଞ୍ଜାମ ଷ୍ଟେଶନରେ ୫ଟା ୪୨ ମିନିଟ୍‌ରେ ପହଞ୍ଚିବା ପରେ ପୂର୍ବରୁ ସୂଚନା ପାଇ ନିୟୋଜିତ ଥିବା ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପରେ ଟ୍ରେନ୍‌ଟି ପଲାସା ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି।