Categories: ଖେଳ

ମାଲିଙ୍ଗାଙ୍କ ବୋଲିଂରେ ଏବେବି ଚମକ ଅଛି

ମାଞ୍ଚେଷ୍ଟର, ୨୩ା୬ (ଏଏଫ୍‌ପି)- ପେସ୍‌ ବୋଲର ଲସିଥ୍‌ ମାଲିଙ୍ଗାଙ୍କ ସାମର୍ଥ୍ୟକୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଉଚ୍ଚ ପ୍ରଶଂସା କରିଛନ୍ତି। ତାଙ୍କ ବୋଲିଂରେ ଏବେବି ଚମକ ରହିଛି। ଏହି ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ଫେଭରାଇଟ୍‌ ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି। ଲିଡ୍ସଠାରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ମାଲିଙ୍ଗା ୪୩ ରନ ବିନିମୟରେ ୪ଟି ଉଇକେଟ ନେଇଥିଲେ। ଯାହାଫଳରେ ଶ୍ରୀଲଙ୍କା ଆୟୋଜକ ଇଂଲଣ୍ଡକୁ ୨୧୨ରେ ଅଲଆଉଟ କାରିଦେବା ସହ ୨୦ ରନରେ ମ୍ୟାଚ ଜିତିନେଇଥିଲା। ସେ ପ୍ରଥମେ ଇଂଲଣ୍ଡ ଓପନର ଜେମ୍ସ ଭିନ୍‌ସ ଏବଂ ଜନି ବେୟାରଷ୍ଟୋ ଏବଂ ପରେ ଦୁଇ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଏବଂ ଜୋସ୍‌ ବଟଲରଙ୍କୁ ଆଉଟ କରି ଇଂଲଣ୍ଡକୁ ସଂକଟରେ ପକାଇ ଦେଇଥିଲେ। ମାଲିଙ୍ଗା ଅନେକଥର ଶ୍ରୀଲଙ୍କା ପାଇଁ ମ୍ୟାଚ ବିଜୟୀ ବୋଲିଂ କରିଛନ୍ତି ବୋଲି ଜୟବର୍ଦ୍ଧନ କହିଛନ୍ତି।

Share