Categories: ଜାତୀୟ

ମାଲିକ ଜୀବନ ବଞ୍ଚାଇବା ପାଇଁ ବାଘ ସହିତ ଲଢ଼ିଲେ ୨ ପୋଷା କୁକୁର

ଭୋପାଳ,୪।୬: ପୋଷା କୁକୁର ମାଲିକ ଜୀବନ ବଞ୍ଚାଇବା ନୂଆ ନୁହେଁ। ଏବେ ମଧ୍ୟପ୍ରଦେଶ ସିବାନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ କୁରଇ ଜଙ୍ଗଲକୁ ପଞ୍ଚମ ନାମକ ଜଣେ ଯୁବକ ଶୌଚ ହେବା ପାଇଁ ଯାଇଥିଲେ। ତାଙ୍କ ସହିତ ୨ ପୋଷା କୁକୁର ମଧ୍ୟ ଯାଇଥିଲେ। ହଠାତ୍‌ ଗୋଟିଏ ବାଘ ପଞ୍ଚମକୁ ଆକ୍ରମଣ କରିଥିଲା। ସେ ଜୋର୍‌ରେ ଚିତ୍କାର କରିଥିଲେ। ୨ ପୋଷା କୁକୁର ବାଘ ସହିତ ଲଢ଼ିବା ସହ ଭୁକିବା ଆରମ୍ଭ କରିଥିଲେ। ବାଘ କୁକୁରଙ୍କ ସାମନା କରି ନ ପାରି ପଛଘୁଞ୍ଚା ଦେଇଥିଲା। ପରେ ଗ୍ରାମବାସୀ ଏନେଇ ବନ ବିଭାଗ କର୍ମଚାରୀଙ୍କୁ ଅବଗତ କରାଇଥିଲେ। ବନ ବିଭାଗ ପକ୍ଷରୁ ଚିକିତ୍ସା ପାଇଁ ପଞ୍ଚମକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା କୁହାଯାଉଛି।

Share