ମାଲିକଙ୍କ ମୃତ୍ୟୁର ୧୫ ମିନିଟ ଭିତରେ ଜୀବନ ହାରିଲା ପୋଷା କୁକୁର

ମଣିଷ-ପଶୁ ସମ୍ପର୍କ ସବୁବେଳେ ସ୍ବତନ୍ତ୍ର। ଏହା ଏପରି ସମ୍ପର୍କ, ଯାହା କେବେ ସ୍ବାର୍ଥ ଦେଖେନାହଁି ନା ଏଥିରେ ଥାଏ ଛନ୍ଦ କପଟ! ଏଭଳି ଏକ ନିଆରା ସମ୍ପର୍କର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସ୍କଟଲାଣ୍ଡରେ। ଉଲ୍ଲେଖଯୋଗ୍ୟ, ମାଲିକଙ୍କ ମୃତ୍ୟୁର ୧୫ ମିନିଟ୍‌ ପରେ ତାଙ୍କ ପୋଷା କୁକୁର ପ୍ରାଣ ହରାଇଛନ୍ତି। ଷ୍ଟୁଆର୍ଟ ହଚିସନ୍‌ ନାମକ ଜଣେ ୨୫ବର୍ଷୀୟ ଯୁବକଙ୍କ ୩ଟି ପୋଷା କୁକୁର ଥିଲେ। ସେଥିମଧ୍ୟରୁ ନୀରୋ ନାମକ କୁକୁର ଷ୍ଟୁଆର୍ଟଙ୍କ ଭାରି ପ୍ରିୟ। ୮ବର୍ଷ ହେବ ବ୍ରେନ୍‌ କ୍ୟାନ୍‌ସର ସହ ଲଢୁଥିବା ଷ୍ଟୁଆର୍ଟଙ୍କ ଅଗଷ୍ଟ ୧୧ରେ ମୃତ୍ୟୁ ହୋଇଥିଲା। ଏହାର ୧୫ ମିନିଟ୍‌ ପରେ ନୀରୋର ମୃତ୍ୟୁ ହୋଇଥିଲା। ଷ୍ଟୁଆର୍ଟଙ୍କ ପିତାଙ୍କ କହିବା ଅନୁଯାୟୀ, ପୁଅ ରୋଗରେ ପୀଡିତ ହେବା ଜାଣି ନୀରୋ ମଧ୍ୟ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ଥିଲା। ବେଶି ଖାଦ୍ୟ ଗ୍ରହଣ କରୁ ନ ଥିଲା। ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ତାର ମଧ୍ୟ ଚିକିତ୍ସା କରାଯାଉଥିଲା। କିନ୍ତୁ ଷ୍ଟୁଆର୍ଟଙ୍କ ପରେ ତାର ମଧ୍ୟ ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି।

Share