ମାଲଦ୍ୱୀପରେ ମୋଦି: ସର୍ବୋଚ୍ଚ ସମ୍ମାନରେ ହେବେ ସମ୍ମାନିତ

ମାଲେ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳର କୋଚିରୁ ମାଲଦ୍ୱୀପ ଗସ୍ତ କରିଛନ୍ତି। ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦ ପାଇବା ପରେ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଶନିବାର ସେ କେରଳର ମାଲି ବିମାନ ବନ୍ଦରରୁ ମାଲଦ୍ୱୀପ ଅଭିମୁଖେ ଯାତ୍ରା କରିଥିଲେ। ମୋଦିଙ୍କୁ ସେଠାରେ ସର୍ବୋଚ୍ଚ ସମ୍ମାନ ‘ନିଶାନ ଇଜୁଦ୍ଦିନ’ରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି। ଏହାପରେ ମୋଦି ରବିବାର ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମୋଦି କହିଛନ୍ତି ଏହି ଦୁଇ ସମୁଦ୍ର ଦେଶ ଗସ୍ତ କରିବା ତାଙ୍କ ‘ନେବରହୁଡ୍‌ ଫାଷ୍ଟ’ ନୀତିକୁ ଦର୍ଶାଉଛି। ଉଭୟ ଦେଶ ମଧ୍ୟରେ ଦ୍ୱୀପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

Share