ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ

ମାଲେ,୩୦।୪: କରୋନା ଭାଇରସ ସଂକ୍ରମଣରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ଗୁରୁବାର ମାଲଦିଭିସରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଥିବା ଖବର ମିଳିଛି। ସ୍ପୁଟନିକ ରିପୋର୍ଟ ଅନୁଯାୟୀ, ମାଲଦିଭିସର ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ୍ଲା ଅମିନ କହିଛନ୍ତି କରୋନା ଭାଇରସ ସଂକ୍ରମଣରେ ସେଠାରେ ଜଣେ ୮୩ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଛି। ଏପ୍ରିଲ ୨୭ରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ବେଳେ ଏପ୍ରିଲ ୩୦ରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ମାଲଦିଭସରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୮୦।

Share