Categories: ରାୟଗଡା

ମାଲକାନଗିର ପୋଲିସ ହାତରେ ଚୋର ଗ୍ୟାଙ୍ଗ : ୪ ଅଭିଯୁକ୍ତ ଗିରଫ

କୋରୁକୁଣ୍ଡା,୨୯।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଦୀର୍ଘଦିନରୁ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବାରେ ବୁଧବାର ମାଲକାନଗିରି ପୋଲିସ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ଗୁରୁଦାସ ମଜୁମଦାର, ବିଜୟ ମଣ୍ଡଳ, ବାବୁଲାଲ୍‌ ମଜୁମ୍‌ଦାର। ସେହିପରି ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ପକ୍ଷରୁ ମାଲକାନଗିରି ପିଏମ୍‌ଭି ୭ ନମ୍ବର ଛକରେ ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ଉକ୍ତ ଗ୍ୟାଙ୍ଗ ଦୀର୍ଘଦିନରୁ ଅଞ୍ଚଳରୁ ଛୋଟ ବଡ଼ ଚୋରି କରି ଆସୁଥିଲେ । ତେବେ ସେମାନଙ୍କ ନିକଟରୁ ୧୨ଟି ମୋବାଇଲ, ୩ଟି ଗାଡ଼ି, ଗୋଟିଏ ଲାପ୍‌ଟପ୍‌ ଓ ଗୋଟିଏ ଟିଭି ଜବତ ହୋଇଛି।