ମାଲକାନଗିରି ସୀମାନ୍ତରେ ମାଓବାଦୀ ହିଂସା: ଯୁବକଙ୍କୁ ୩ ରାଉଣ୍ଡ ଗୁଳି

ମାଲକାନଗିରି,୨୩।୧୦(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି । ବିଚ୍ଛିନ୍ନାଞ୍ଚଳ ନିକଟ ଆନ୍ଧ୍ରପ୍ରଦେଶ ବିଶାଖା ଜିଲାର ଗୁଡ଼େମ ଥାନା ଅନ୍ତର୍ଗତ କୁମକୁମପୋଡ଼ି ଗ୍ରାମର ଲମ୍ବାୟା ପିଲାଲୁ ନାମକ ଜଣେ ଯୁବକଙ୍କୁ ମାଓବାଦୀମାନେ ୩ ରାଉଣ୍ଡ ଗୁଳି କରି ହତ୍ୟା କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ୧୦ରୁ ୧୫ ଜଣ ସଶସ୍ତ୍ର  ମାଓବାଦୀ ଗାଁରେ ପହଞ୍ଚି ଲମ୍ବାୟାଙ୍କୁ ଘରୁ ଡାକି ନେଇଥିଲେ। ହେଲେ ଗାଁ ମୁଣ୍ଡ ରାସ୍ତାରେ ମାଓବାଦୀମାନେ ଲମ୍ବାୟାଙ୍କୁ ଗୁଳି ମାରିଥିବା ବେଳେ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଘଟଣାସ୍ଥଳରେ ଲମ୍ବାୟାଙ୍କ ମୃତ୍ୟୁ ଘଟିଥିବାବେଳେ ନକ୍ସଲ ସେଠାରେ ଏକ ହାତ ଲେଖା ଚିଠି ଛାଡ଼ି ଯାଇଛନ୍ତି । ଯେଉଁଥିଲେ ଉଲ୍ଲେଖ ରହିଛି ଯେ, ଆନ୍ଧ୍ର, ଓଡ଼ିଶା ବର୍ଡର ବିଶାଖା ଡିଭିଜନରେ ପୂର୍ବରୁ ଲମ୍ବାୟା ପିଲାଲୁ ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ୨୦୧୨ ମାଓବାଦୀ ସଂଗଠନର ହାତ ଛାଡ଼ି ପୋଲିସକୁ ଖବର ପୋଲିସକୁ ଦେଉଥିଲେ। ତେଣୁ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ।