Categories: ରାୟଗଡା

ମାଲକାନଗିରିରେ କାଳବୈଶାଖୀ ଯୋଗୁ ବହୁ କ୍ଷୟକ୍ଷତି: ସହାୟତା ପାଇଁ ଦାବି

ମାଲକାନଗିରି, ୨୮।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସୋମବାର କାଳବୈଶାଖୀ ଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଏଥିରେ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ବହୁ ଘର ଭାଙ୍ଗି ଯିବା ସହ ଚାଳ ଛପର ଉଡ଼ିଯାଇଛି। ବହୁ ଲୋକେ ବେଘର ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ । ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।