ମାଲକାନଗିରିରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି

ମାଲକାନଗିରି,୨୦ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ଦ୍ୱୟ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲେ ଓ ଉଭୟ ତେଲେଙ୍ଗାନା ଫେରନ୍ତା ବୋଲି ଜିଲାପାଳ ମନୀଷ ଅଗ୍ରଓ୍ବାଲ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ୍‌ ୫୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୭ ଜଣ ଚିକିତ୍ସିତ ହେଉଛନ୍ତି।