Categories: ଖେଳ

ମାର୍ସେଲିନୋଙ୍କ ବଦଳରେ ଓଡ଼ିଶା ଏଫ୍‌ସିରେ ଇନ୍‌ମ୍ୟାନ

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି)-
ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ରେ ଖେଳାଳି ବିନିମୟ ଚୁକ୍ତି କ୍ରମରେ ଓଡ଼ିଶା ଏଫ୍‌ସି ଦଳରେ ଯୋଗ ଦେଇଛନ୍ତି ଅଷ୍ଟ୍ରେଲିଆ ଜନ୍ମିତ ସ୍କଟିଶ୍‌ ମିଡ୍‌ଫିଲ୍ଡର ବ୍ରାଡ୍‌ ଇନ୍‌ମ୍ୟାନ। ଚଳିତ ସିଜନ୍‌ରେ ସେ ପୂର୍ବରୁ ଏଟିକେ ମୋହନବାଗାନ ଦଳରେ ସାମିଲ ଥିଲେ। ଚୁକ୍ତି ଅନୁସାରେ ୨୯ ବର୍ଷୀୟ ଇନ୍‌ମ୍ୟାନ ଚଳିତ ସିଜନ୍‌ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱରଭିତ୍ତିକ ଦଳ ପକ୍ଷରୁ ଖେଳିବେ। ପ୍ରତିବଦଳରେ ଓଡ଼ିଶା ଏଫ୍‌ସିର ବ୍ରାଜିଲିଆନ ଫରଓ୍ବାର୍ଡ ମାର୍ସେଲୋ ଲେଇଟେ ପେରେରା ଏଟିକେ ମୋହନବାଗାନ ଦଳକୁ ଯାଇଛନ୍ତି। ପ୍ରିମିୟର ଲିଗ୍‌ କ୍ଲବ ନ୍ୟୁ କାଷ୍ଟଲ ସହିତ ଯୁବ କ୍ୟାରିୟର କଟିବା ପରେ ଇନ୍‌ମ୍ୟାନ ଅନ୍ୟ ଇଂଲିଶ୍‌ କ୍ଲବ କ୍ରିଉ ଆଲେକ୍‌ଜାଣ୍ଡ୍ରା, ପିଟରବର୍ଗ ୟୁନାଇଟେଡ ଏବଂ ରୋକ୍‌ଡେଲ୍‌ ପକ୍ଷରୁ ଖେଳିଥିଲେ। ପରେ ସେ ଅଷ୍ଟ୍ରେଲିଆ ଯାଇ ବ୍ରିସ୍‌ବେନ୍‌ ରୋଅର ପକ୍ଷରୁ ୨୦୧୯ରେ ପ୍ରତିନିଧିତ୍ୱ କରିଥିଲେ। ଏହି ପୂର୍ବତନ ସ୍କଟଲାଣ୍ଡ ୟୁଥ୍‌ ଟିମ୍‌ ସଦସ୍ୟ ଚଳିତ ସିଜନ୍‌ରେ ଏଟିକେ ମୋହନବାଗାନ ପକ୍ଷରୁ ୭ଟି ମ୍ୟାଚ ଖେଳିଥିଲେ। ଇନ୍‌ମ୍ୟାନଙ୍କୁ ସ୍ବାଗତ କରିବା ସହ କ୍ଲବ ସଭାପତି ରାଜ ଅଥଓ୍ବାଲ ଚଳିତ ସିଜନ୍‌ର ଅବଶିଷ୍ଟ ୭ଟି ମ୍ୟାଚରେ ଓଡ଼ିଶା ଏଫ୍‌ସିର ପ୍ରଦର୍ଶନରେ ଉନ୍ନତି ଆସିବା ନେଇ ଆଶାପ୍ରକାଶ କରିଛନ୍ତି।

Share