ମାର୍ଚ୍ଚ ୧୪ରୁ ମହିମା ଜ୍ୟୋତିଯାତ୍ରା

ଢେଙ୍କାନାଳ ଅଫିସ, ୨୦।୧୧-ମହିମା ଧର୍ମର ମହାନ ବାର୍ତ୍ତା ପ୍ରଚାର କରିବାକୁ ଆସନ୍ତା ମାର୍ଚ୍ଚ ୧୪ରେ ମହିମା ଜ୍ୟୋତି ପରିକ୍ରମାରେ ବାହାରିବ। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର ଗୁଣ୍ଡିଚାପଡ଼ା ମହିମାଟୁଙ୍ଗୀରୁ ଏହାର ଶୁଭାରମ୍ଭ କରାଯିବ। ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ମାର୍ଚ୍ଚ ୧୫ ଅପରାହ୍ନରେ କପିଳାସସ୍ଥିତ ତପୋପନ ପୀଠକୁ ପବିତ୍ର ଜ୍ୟୋତି ପ୍ରତ୍ୟାବର୍ତ୍ତନ କରିବାକୁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଜ୍ୟୋତିଯାତ୍ରା ପରିଚାଳନା ପରିଷଦ ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।
୧୩ତାରିଖ ସନ୍ଧ୍ୟାରେ ତପୋବନ ମହିମା ପୀଠରେ ବ୍ରହ୍ମଜ୍ୟୋତିକୁ ଜାଗ୍ରତ କରାଯାଇ ରାତିରେ ଯୋରନ୍ଦାସ୍ଥିତ ମହିମାଗାଦିକୁ ଅଣାଯିବ। ୧୪ତାରିଖ ପୂର୍ବାହ୍ନ ୮ଟା ସୁଦ୍ଧା ସେଠାରୁ ବ୍ରହ୍ମଜ୍ୟୋତି ବାହାରି ଓଡ଼ାପଡ଼ା ବ୍ଲକ୍‌ ଗୁଣ୍ଡିଚାପଡ଼ା ଟୁଙ୍ଗୀରେ ପହଞ୍ଚତ୍ବ। ସେଠାରେ ଅତିଥିମାନେ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିବେ। ଏହାପରେ ପର୍ଯ୍ୟାୟକ୍ରମେ ଶଙ୍କରପ୍ରତାପପୁର ଶାସନ ବେରବ, ସୋରତ, ବାବନ୍ଧ, ବେଡ଼ାପଡ଼ା, ଖଣ୍ଡିତିରି ଏବଂ ରଞ୍ଜାଗୋଳ ଟୁଙ୍ଗୀ ପରିକ୍ରମା କରିବା ପରେ ଗାଲପଡ଼ାରେ ରାତ୍ରରହଣି ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୧୫ ପୂର୍ବାହ୍ନ ୯ଟା ସୁଦ୍ଧା ମହିମାଜ୍ୟୋତି ଗାଲପଡ଼ା ଛାଡ଼ି ଭାନୁପଡ଼ା ଅଭିମୁଖେ ବାହାରିବ। ସେଠାରୁ ଖଳିବେରଣା, ଗାଙ୍ଗିଯୋଡ଼ି, ଶିରିଡ଼ିହି ଗ୍ରାମ ପରିକ୍ରମା ସାରି ତପୋବନ ପୀଠକୁ ପ୍ରତ୍ୟାବର୍ତ୍ତନ କରିବ। ଜ୍ୟୋତିଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ରବିବାର କୌପିନଧାରୀ ମହିମା ସମାଜର ସଭାପତି ଶ୍ରୀମଦ୍‌ ରଘୁନାଥ ବାବା, ଜ୍ୟୋତିଯାତ୍ରାର ମୁଖ୍ୟ ସଂଯୋଜକ ପ୍ରଦ୍ୟୁମ୍ନ ରଥ, ଆବାହକ ପ୍ରଶାନ୍ତ ମହାପାତ୍ର, ଶତ୍ରୁଘ୍ନ ସାହୁ, ସୁନନ୍ଦ ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ବିଭିନ୍ନ ପୀଠ ବୁଲି ସମୀକ୍ଷା କରିଛନ୍ତି।
ଜ୍ୟୋତିଯାତ୍ରାକୁ ସୁରୁଖୁରୁରେ ସାରିବାକୁ ଗୁଣ୍ଡିଚାପଡ଼ାର ମୀନକେତନ ସାହୁ, ଗୁମାନୀ ସାହୁ, ବିଜୟ ଦାସ, ବାବନ୍ଧର ବାବା ଶ୍ରୀଧର ଦାସ, ଗ୍ରାମସଭାପତି ରାଜକିଶୋର ସାହୁ, ରଞ୍ଜାଗୋଳ ଟୁଙ୍ଗୀର ସରୋଜ ବିଶ୍ୱାଳ, ଗାଲପଡ଼ା ଗ୍ରାମସଭାପତି ଶିଶିର ଦଳେଇ, କୋଠାଳୁ ଗ୍ରାମସଭାପତି ଗଙ୍ଗାଧର ଦାସ, ଭାନୁପଡ଼ାର ସନାତନ ସାହୁ ପ୍ରମୁଖଙ୍କ ସମେତ ସମ୍ପୃକ୍ତ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri