Categories: ଜାତୀୟ

ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମସ୍ତ ବାର୍‌ ବନ୍ଦ ଲାଗି ପୁଡୁଚେରୀ ସରକାରଙ୍କ ନିର୍ଦ୍ଦେଶ

ପୁଡୁଚେରୀ,୧୮।୩: ଦେଶରେ କ୍ରମାଗତ ଭାବରେ କରୋନା ଭାଇରସ୍‌ କାୟା ବିସ୍ତାର କରିଥିବାରୁ ସମସ୍ତ ରାଜ୍ୟ ସତର୍କ ହୋଇପଡ଼ିଛନ୍ତି। ଅଧିକାଂଶ ରାଜ୍ୟରେ ସତର୍କତା ଅନୁଯାୟୀ, କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଏପରିକି ଅନେକ ରାଜ୍ୟ ଜିମ୍‌ ଏବଂ ସର୍ବସାଧାରଣ ସ୍ଥାନ ବନ୍ଦ କରିଦେଇଛନ୍ତି। ଏପରିସ୍ଥିତିରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀ ବୁଧବାର କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭାଇରସ୍‌ କାୟା ବିସ୍ତାର ରୋକିବା ପାଇଁ ସମସ୍ତ ବାର୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାରଠାରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମସ୍ତ ବାର୍‌ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି, ପୁଡୁଚେରୀରେ କରୋନୋ ଭାଇରସ ମୁକାବିଲା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିସାରିଛନ୍ତି।

Share