ମାର୍ଚ୍ଚ ପହିଲାରୁ ଗଞ୍ଜାମରେ ଟ୍ରାଫିକ ନିୟମ କଡ଼ାକଡ଼ି: ନ ମାନିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ବ୍ରହ୍ମପୁର,୨୮।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୧୯ ସେପ୍ଟେମ୍ବର ୧ରେ ସାରା ଭାରତରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ହୋଇଥିଲା । ବିଭିନ୍ନ କାରଣରୁ ଲୋକମାନଙ୍କୁ ସେମାନଙ୍କ ଯାନବାହନର କାଗଜପତ୍ର ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୬ ମାସ ସମୟ ଦେଇଥିଲେ। ତେବେ ମାର୍ଚ୍ଚ ୧ରୁ ଏହି ନୂତନ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ ହେବ। ଏନେଇ ଟ୍ରାଫିକ ଡିଏସ୍‌ପି ସାର୍ଥକ ରାୟ ଓ ଥାନାଧିକାରୀ ସୁନିଲ ବେହେରା ଶୁକ୍ରବାର ଲୋକମାନଙ୍କୁ କମାପଲ୍ଲୀ ଛକରେ ସଚେତନ କରିଛନ୍ତି। ପ୍ରତ୍ୟେକ ଗାଡ଼ିଚାଳକ ସେମାନଙ୍କ ଗାଡ଼ିର ଆବଶ୍ୟକ କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଠିକ୍‌ ରଖିବାକୁ ପରାମର୍ଶ ଦେଇଛନ୍ତି। କମାପଲ୍ଲୀ ଛକରେ ଶୁକ୍ରବାର ପୂର୍ବାହ୍ନରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ, ଷ୍ଟୁଡେଣ୍ଟ ଟ୍ରାଫିକ, ଖଲ୍ଲିକୋଟ କଲେଜର ଏନ୍‌ସିସି ଛାତ୍ରମାନେ ରାସ୍ତା କଡ଼ରେ ଛିଡା ହୋଇ ଲୋକଙ୍କୁ ସଚେତନ କରାଇଥିଲେ। ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପରିଧାନ କରିବା ସହ ଟ୍ରିପଲ ରାଇଡିଂରେ ଗାଡ଼ି ନ ଚଳାଇବାକୁ ସେମାନେ ପରାମର୍ଶ ଦେଇଥିଲେ। ଏପରିକି ଟ୍ରାଫିକ ନିୟମ ମାନିବା ସହ ଗାଡ଼ି ଚଳାଇବା ବେଳେ ଫୋନରେ କଥାବାର୍ତ୍ତା ନ ହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ୪ ଚକିଆ ଗାଡ଼ି ଚାଳକମାନେ ସିଟ୍‌ ବେଲ୍ଟ ବାନ୍ଧିବା ସହ ଗାଡ଼ି ଆଗରେ ବସିଥିବା ବ୍ୟକ୍ତି ମଧ୍ୟ ସିଟ୍‌ ବେଲ୍ଟ ବ୍ୟବହାର କରାଯିବାକୁ କୁହାଯାଇଛି। ମାର୍ଚ୍ଚ ପହିଲାରୁ ଯେଉଁ ଗାଡ଼ିଚାଳକମାନେ ଟ୍ରାଫିକ ନିୟମ ପାଳନ ନ କରିବେ ସେମାନଙ୍କୁ ନୂତନ ଟ୍ରାଫିକ ଆଇନ ଅନୁସାରେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri