ମାର୍ଚ୍ଚରେ ସରିବ ୩ ଖଣି ଲିଜ ଅବଧି : ପୁନଃ ଲିଜ୍‌ ଦୌଡ଼ରେ ଟାଟା ଷ୍ଟିଲ, ବିସି ମହାନ୍ତି, ମିଶ୍ରିଲାଲ

ଯାଜପୁର ଅଫିସ/କାଳିଆପାଣି(ଡି.ଏନ.ଏ.),୨୬ା୮: ଆଉ ମାତ୍ର ୭ମାସ ପରେ ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ ଖଣି, ବିସି ମହାନ୍ତି କମର୍ଦ୍ଦା ଖଣି ଓ ମିଶ୍ରିଲାଲର ସାରୁଆବିଲ କ୍ରୋମ ଖଣି ଅବଧି ଶେଷ ହେବାକୁ ବସିଛି। ନିକଟରେ କମର୍ଦ୍ଦା ଓ ସାରୁଆବିଲ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମାଇନ୍ସ ଆଣ୍ଡ ମିନେରାଲ୍ସ, ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ (ଏମଏମଡିଆର) ଆକ୍ଟ-୨୦୧୫ ଅନୁଯାୟୀ ନିଲାମ କରାଯିବ। ତେଣୁ ନିଲାମ ପ୍ରକ୍ରିୟା ଦେଇ ଏହି ଖଣି ମାଲିକମାନେ ପୁଣି ଲିଜ୍‌ ପାଇବେ କି ନାହିଁ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଶେଷ କରି ସ୍ଥାନୀୟ ଗାଡି ମାଲିକ, କର୍ମଚାରୀ ଓ ଶ୍ରମିକଙ୍କ ମହଲରେ ଭାଳେଣି ପଡିଛି। ତେବେ ଲିଜ୍‌ ପାଇଥିବା ଖଣି ମାଲିକମାନେ ଖଣିଜ ସମ୍ପଦ ଉତ୍ତୋଳନ ହାରରେ କିଏ କେତେ ଅଞ୍ଚଳର ବିକାଶ କରିଛି ତାକୁ ଲିଜ ପ୍ରକ୍ରିୟା ସମୟରେ ରାଜ୍ୟ ସରକାର ମାପଦଣ୍ଡ ଭାବେ ନେଇ ପାରନ୍ତି ବୋଲି ମତପ୍ରକାଶ ପାଉଛି।
ସୁକିନ୍ଦା ବ୍ଲକ କାଳିଆପାଣି ଅଞ୍ଚଳରେ ଭାରତ ବର୍ଷର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ କ୍ରୋମାଇଟ ଗଚ୍ଛିତ ରହିଛି। କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଆଗାମୀ ଦିନରେ ଓଡିଶାର ୩୪ଟି ଖଣି ନିଲାମ ହେବାକୁ ଥିବାବେଳେ ସେଥିରୁ ସୁକିନ୍ଦାର ୩ଟି ଖଣି ରହିଛି। ସୁକିନ୍ଦା ଖଣି ଅଞ୍ଚଳରେ ୨୩୯୧.୭୯ ହେକ୍ଟର ପରିମିତ ବିଶିଷ୍ଟ ମୋଟ ୧୨ଟି ଖଣିରୁ ବାର୍ଷିକ ୨୫୮୯୬୫.୫୭୪ ମେଟ୍ରିକ ଟନ କ୍ରୋମାଇଟ ଉତ୍ତୋଳନ ହେଉଛି। ଟାଟା, ମିଶ୍ରିଲାଲ ଓ ବିସି ମହାନ୍ତି ଖଣିକୁ ବାଦ ଦେଲେ ଓଡ଼ିଶା ଖଣି ନିଗମ, ଜିନ୍ଦଲ, ବାଲେଶ୍ୱର ଆଲଏଜ, ଫେକର, ଆଇଡିସି, ଇମ୍ଫା ଭଳି କଂପାନୀ କ୍ରୋମ ଉତ୍ତୋଳନ କରୁଛନ୍ତି। ଏହି ସମସ୍ତ ଖଣିରୁ ବାର୍ଷିକ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ବ ଆକାରରେ ମିଳିଥାଏ। ଏଥିରୁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ହୋଇଥାଏ। ନିକଟରେ ଓଡ଼ିଶା ସରକାରଙ୍କ ୬୫.୬୮୩ ହେକ୍ଟର ବିଶିଷ୍ଟ ଆଇଡିସି ତୈଳଙ୍ଗି ଖଣି ବନ୍ଦ ହେବା ଦ୍ୱାରା ୮୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀଙ୍କ ଜୀବିକା ଯାଇଛି। ଏହା ପୂର୍ବରୁ ୮୯ ହେକ୍ଟର ବିଶିଷ୍ଟ ଜିନ୍ଦଲ ଖଣି ବନ୍ଦ ହୋଇପଡିଛି। ଏଥିରେ ନିୟୋଜିତ ୪ଶହରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ଦାନାପାଣି ଯାଇଛି। ଏହିକ୍ରମରେ ୪୦୬ ହେକ୍ଟର ବିଶିଷ୍ଟ ଟାଟାର ସୁକିନ୍ଦା କ୍ରୋମାଇଟ ମାଇନ୍ସ ୨୦୨୦ ମାର୍ଚ୍ଚ ସୁଦ୍ଧା ବନ୍ଦ ହୁଏ ତେବେ ଏହି ଖଣିରୁ ଉତ୍ତୋଳନ ହେଉଥିବା ଅନୂ୍ୟନ ୯୨୬୮୬୧.୧୮୮ ମେଟ୍ରିକ ଟନ କ୍ରୋମ ଉତ୍ତୋଳନ ବାଧାପ୍ରାପ୍ତ ହେବ। ଯାହା ଦ୍ୱାରା ଟାଟାର ନିଜସ୍ବ କାରଖାନା ସହିତ ଦେଶ ଓ ବିଦେଶରେ ଥିବା ବହୁ କ୍ରୋମ ଭିତ୍ତିକ ଶିଳ୍ପ ପ୍ରଭାବିତ ଏବଂ ବନ୍ଦ ହେବାର ସମ୍ଭାବନା ରହିଛି। ସେହିପରି ଏହି ଖଣିରେ କାର୍ଯ୍ୟ କରୁଥିବା ୩୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ଜୀବିକା ପ୍ରଭାବିତ ହେବ। ତେବେ ଯିଏ ବି ଏହି ଖଣି ଲିଜ ପାଇବ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକ ପୁଣି ସେଠାରେ ନିୟୋଜିତ ହେବା ନେଇ ଆଶଙ୍କା ଦେଖାଦେଇଛି। ତେବେ ନିକଟରେ ୨୪୬.୮୫୮ ହେକ୍ଟର ବିଶିଷ୍ଟ ମିଶ୍ରିଲାଲର ସାରୁଆବିଲ ଖଣି ଏବଂ ୧୦୭.୨୪ ହେକ୍ଟର ବିଶିଷ୍ଟ ବିସି ମହାନ୍ତି ଆଣ୍ଡ ସନ୍ସ କ୍ରୋମାଇଟ ଖଣିର ନିଲାମ ପାଇଁ ସରକାର ନୋଟିସ ଜାରି କରିଛନ୍ତି। କିନ୍ତୁ ଟାଟା କମ୍ପାନୀ ଖଣି ଲିଜ ସଂକ୍ରାନ୍ତରେ ରାଜ୍ୟ ସରକାର ନୀରବ ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି। ପ୍ରାୟ ୧୯୫୨ ମସିହାରୁ ଟାଟା ଖଣି ଏଠାରେ କ୍ରୋମାଇଟ ଉତ୍ତୋଳନ କରୁଛି। ତଦନୁସାରେ ସୁକିନ୍ଦା ଖଣି ଅଞ୍ଚଳର ଯେଭଳି ବିକାଶ ହେବା କଥା ତାହା ହୋଇପାରି ନାହିଁ। ଏବେ ବି ସୁକିନ୍ଦା ଖଣି ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଭଳି ସମସ୍ୟା ଲାଗି ରହିଛି। ନଗଡ଼ାରେ ଅପପୁଷ୍ଟି ଜନିତ ଶିଶୁମୃତ୍ୟୁ ସାରା ଭାରତରେ ବଦନାମ ଆଣିଛି। ଏଥିଯୋଗୁ ଟାଟା ଷ୍ଟିଲ ଉପରେ ସରକାର ଆଉ ଭରସା କରିବେ କି ନାହିଁ ତାହା ସନ୍ଦେହରେ ରହିଛି। ଟାଟା ଷ୍ଟିଲ ବିଭିନ୍ନ ପାରିପାର୍ଶ୍ୱିକ କାର୍ଯ୍ୟକ୍ରମ ଚଳାଇଛି ସତ ହେଲେ ୬୭ ବର୍ଷର କ୍ରୋମାଇଟ ଉତ୍ତୋଳନ ହାରକୁ ଅବଲୋକନ କଲେ ବିକାଶ ନଗଣ୍ୟ ବୋଲି ମତପ୍ରକାଶ ପାଉଛି। ତେଣୁ ଯିଏ ବି ଏହି ୩ ଖଣିର ଲିଜ ପାଇବ, ସେ ବିକାଶକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦେବେ ବୋଲି ସରକାର ଚିନ୍ତା କରୁଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଖଣି ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ, ଲିଜ ଅବଧି ସରିବା ପରେ ଆଇନ ଓ ନିୟମ ଅନୁସାରେ ଲିଜ ଦିଆଯିବ। ଏଥିପାଇଁ ୨ଟି ଖଣିର ନିଲାମ ପ୍ରକ୍ର୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri