ମାର୍ଗଶୀରର ପ୍ରଥମ ଗୁରୁବାରରେ ପାଳନ ହେବ ମାଣ୍ଡିଆ ଦିବସ

ଦାରିଙ୍ଗବାଡ଼ି,୭।୧୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମାଣ୍ଡିଆ ଦିବସ ପାଳନ କରାଯିବ। ଆସନ୍ତା ମାର୍ଗଶୀର ପ୍ରଥମ ଗୁରୁବାର ରାଜ୍ୟରେ ମାଣ୍ଡିଆ ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଆସନ୍ତା ଗୁରୁବାର ମାଣ୍ଡିଆ ଦିବସ ଦାରିଙ୍ଗବାଡ଼ିର ପଥପ୍ରାନ୍ତ ସେବାକେନ୍ଦ୍ର ପରିସରରେ ଧୁମ୍‌ଧାମ୍‌ରେ ପାଳନ କରାଯିବାକୁ ସ୍ଥିର କରାଯାଇଛି। ଏହାକୁ ଲୋକାଭିମୁଖି କରାଯିବା ସହିତ ବ୍ଳକର ୨୫ ପଞ୍ଚାୟତରେ ଜନସାଧାରଣଙ୍କୁ ଅବଗତ କରାଯିବା। ଏଥିସହ ମାଣ୍ଡିଆ ବ୍ୟବହାର କରିବାକୁ ସଚେତନ କରାଯିବ। କେବଳ ସେତିକି ନୁହେଁ ଏହି ଅବସରରେ ଅଧିକରୁ ଅଧିକ ଜନସାଧାରଣ ଯୋଗଦେବା ପାଇଁ ଏକ ସଚେତନତା ରଥକୁ ସୋମବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ କରାଯାଇଛି ।

କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ସ୍ଥାନୀୟ ବିଡିଓ ଗଦାଧର ପାତ୍ର ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ସରକାରଙ୍କ ମିଲେଟ ମିଶନ ଜରିଆରେ ଦାରିଙ୍ଗବାଡ଼ିରେ ସରକାରଙ୍କ ସହଭାଗିତା ଭାବେ ଜାଗୃତି ଏହି କ୍ଷୁଦ୍ରଦାନା ଶସ୍ୟର ପୁନରୁଉଦ୍ଧାର କାର୍ଯ୍ୟକୁ ସଫଳତାର ସହ କରିଆସିଛି। ମାଣ୍ଡିଆ ସମେତ ଅନ୍ୟ କ୍ଷୁଦ୍ରଦାନା ଶସ୍ୟ ଶରୀର ପାଇଁ ପୁଷ୍ଟିକର। ଏନେଇ ସରକାର ଏହି ଶସ୍ୟର ପୁନରୁଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏବେ ସାଧାରଣ ବଣ୍ଟନ ସାମଗ୍ରୀ ମଧ୍ୟରେ ଚାଉଳ ସହ ମାଣ୍ଡିକୁ ମଧ୍ୟ ଯୋଡ଼ିଛନ୍ତି। ଏହି ଉଦ୍‌ଘାଟନ ଉତ୍ସବରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ତତ୍ୱାଧାନରେ ମିଲେଟ ମିଶନର ପ୍ରକଳ୍ପ ସଂଯୋଜକ ମହେନ୍ଦ୍ର କୁମାର ପରିଡ଼ା, ସହ ପ୍ରକଳ୍ପ ସଂଯୋଜକ ଦେବାବନ୍ଦ ଦାସ, ରତିକାନ୍ତ ପଟ୍ଟନାୟକଙ୍କ ସହ ସମସ୍ତ କର୍ମକର୍ତ୍ତା, କୃଷି ବିଭାଗର ଟେକ୍ନିକାଲ ମ୍ୟାନେଜର ଅରୁଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri