ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ରିଆମାଳ,୪।୧୨(ଡି.ଏନ୍‌.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରାଯିବାକୁ ରିଆମାଳ ଗ୍ରାମବାସୀ ବିରୋଧ କରିଛନ୍ତି ା ଏ ନେଇ ସେମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ା
୧୯୫୯ରେ ସ୍କୁଲ ହତାରେ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା ା ଏଥିଯୋଗୁ ସ୍କୁଲର ସୌନ୍ଦର୍ଯ୍ୟ ଏବଂ ପରିବେଶ ପ୍ରଭାବିତ ହୋଇଥିଲା ା ସେହି ଦୋକାନଘରଗୁଡିକ ଭାଙ୍ଗିରୁଜି ଯିବା ପରେ ନୂତନ ଭାବେ ନିର୍ମାଣ ପାଇଁ ଯୋଜନା ହେଉଛି ା ଏକଥା ଜଣା ପଡ଼ିବାପରେ ଗ୍ରାମବାସୀ ତଥା ମୋ ସ୍କୁଲ ଅଭିଯାନ କମିଟି ତରଫରୁ ଏହାକୁ ବିରୋଧ କରାଯାଇଛି ା ଉକ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଉ ଓ ସ୍କୁଲ ଜମି ଫେରାଇ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ା ଅନ୍ୟପକ୍ଷେ ଉକ୍ତ ଦୋକାନ ଗୃହଗୁଡିକୁ ଅନ୍ୟତ୍ର ନିର୍ମାଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ା ଏ ନେଇ ସେମାନେ ଏକ ଦାବିପତ୍ର ବିଡିଓ ଦିବ୍ୟଶଙ୍କର ଜୟପୁରିଆଙ୍କୁ ବୁଧବାରି ପ୍ରଦାନ କରିଛନ୍ତି ା ଏ ସଂକ୍ରାନ୍ତରେ ବିଡିଓ ଜୟପୁରିଆ କହିଛନ୍ତି ଗ୍ରାମବାସୀଙ୍କ ଦାବିପତ୍ର ପାଇଛି ା ଏହି ଅଭିଯୋଗର ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ା ଗ୍ରାମବାସୀଙ୍କ ତରଫରୁ ଶିକ୍ଷକ ଯୋଗେଶ୍ୱର ବିଶ୍ୱାଳ, ହାଇସ୍କୁଲ ମୋ ସ୍କୁଲ ଅଭିଯାନ ସଭାପତି ଯଦୁମଣୀ ସାହୁ, ହରିଶ୍ଚନ୍ଦ୍ର ବିଶ୍ୱାଳ, ଶିକ୍ଷକ ରମାକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ା