ମାରାତ୍ମକ ଭୂତାଣୁ

କରୋନା ଏପରି ଏକ ରୋଗ ଯାହା କି ସାତରୁ ଦଶ ଦିନ ଭିତରେ ମୃତ୍ୟୁମୁଖ ବ୍ୟାଧିରେ ପାଲଟି ଯାଏ l ଚାଇନା ଦେଶରେ କୁଆଡେ ବହୁ ବୃହତ୍‌ ଯୁଗ୍ମ ପରିବାର ର ସବୁ ସଦସ୍ୟଙ୍କୁ କାଳ ଗ୍ରାସ କରିଅଛି l ଏହି କରୋନା ଭୂତାଣୁର ହଠାତ୍‌ ସଂକ୍ରମଣ ସମ୍ଭାବନା ସମ୍ପୂର୍ଣ୍ଣ ଅଧିକ l ଆପତତଃ କୌଣସି ଔଷଧ ନାହିଁ l ଲଣ୍ଡନସ୍ଥିତ ଅନ୍ତର୍ଜାତୀୟ କମିଟି ( Taxonomy of Viruses ) ଏହି ଭୂତାଣୁ ର ନାମ ‘ଏସଏଆରଏସ-କୋଭ୍‌-୧୯’ ଦେଇଛନ୍ତି, ଯାହା କି COVID-୧୯ ନାମକ ମାରକ ବ୍ୟାଧି ସୃଷ୍ଟିକାରକ l
ଏସଏଆରଏସ-କୋଭ୍‌-୯ ଏକ ଆର୍‌ ଏନ୍‌ଏ (RNA) ଜାତୀୟ ଭୂତାଣୁ l
ଏହି ଭୂତାଣୁର ଆକାର ଏକ ମିଟରର ଏକ ଶହ କୋଟି ଭାଗ l ଏହାର ସାରା ଦେହ ଏରିୟଲ ଆଚ୍ଛାଦିତ l ଏହା ଦ୍ୱାରା କୋଷ ସାଥିରେ ଯୁଗ୍ମ ହୁଏ ଭିତରକୁ ପଶେ – ଭିତରୁ ଖାଇ ଯାଏ, ନିଜ ବଂଶ ବୃଦ୍ଧି କରେ ଏବଂ ବାହାରକୁ ବାହାରି ଏକ ଘଣ୍ଟାରେ ମନୁଷ୍ୟ /ପ୍ରାଣୀ ଶରୀରରେ ଏକ ହଜାର କୋଟି ସଂଖ୍ୟାକୁ ବୃଦ୍ଧି ପାଇ ପାରେ l
ଏସଏଆରଏସ-କୋଭ୍‌-୧୯ ଏକ ଲଗାମ୍‌ହୀନ ସଇତାନ୍‌, ଯାହା ହାତ ସ୍ପର୍ଶ ବା ସିଧା ସଳଖ ନାକ ବା ପାଟି ପଟେ ପ୍ରବେଶ କରି ଫୁସ୍‌ଫୁସ୍‌କୁ ଯାଇପାରିବ l ପେଟକୁ ଗଲେ ବା ଦେହରେ ଲାଗି ରହିଲେ କିଛି ହେବ ନାହିଁ l କରୋନା ଭୂତାଣୁ ମୁଖ ବା ନାକ ଦେଇ ପ୍ରବେଶ କରେ କିନ୍ତୁ ଗଳା ପାଖରେ ଥିବା ଘଣ୍ଟିକାରେ ଅଟକି ଯାଏ। ଏସଏଆରଏସ-କୋଭ୍‌-୧୯ ଭୂତାଣୁର ଜୀବନ ମିୟାଦ ୬-୨୪ ଘଣ୍ଟା ହୋଇଥିବାରୁ ପ୍ରାୟ ୫୦ ପ୍ରତିଶତ ପ୍ରବେଶ ସମ୍ଭବ ବୋଲି ବୈଜ୍ଞାନିକମାନଙ୍କ ମତ l
ଭୂତାଣୁ ଗଳାର ଘଣ୍ଟିକା ପାର କରିଲା ପରେ ଫୁସ୍‌ଫୁସ୍‌ର ଗଭୀର ସ୍ଥଳକୁ ନିଜ ବାସସ୍ଥାନ କରେ l ସେଠାରେ ଅମ୍ଳଜାନ କମ୍‌ ଓ ନାଇଟ୍ରୋଜେନ ବେଶି ଥାଏ। କ୍ଲୋରାଇଡ୍‌ ଓ ଆୟୋଡିନ ବେଶି କିନ୍ତୁ ସୋଡିୟମ କମ୍‌ ଥାଏ l ଏହି ପରିବେଶ ଏସଏଆରଏସ-କୋଭ୍‌-୧୯ ପାଇଁ ଅତ୍ୟନ୍ତ ସହାୟ ହୁଏ l ଏହି ସମୟ ମଧ୍ୟରେ (ପ୍ରଥମ ସାତଦିନ) ନବ ଆଗନ୍ତୁକ ଭୂତାଣୁକୁ ନିଷ୍କ୍ରିୟ କରିବା ପାଇଁ ଶରୀର ମହା ଯୁଦ୍ଧ ଆରମ୍ଭ କରେ l
ନିର୍ଗତ ହୁଏ ସହସ୍ର କୋଟି WBCs l କରୋନା ଭୂତାଣୁ କିନ୍ତୁ WBCକୁ ଅତି ସହଜରେ ଦମନ କରେ ଓ ପରିଣାମ ସ୍ବରୂପ ଫୁସ୍‌ଫୁସ୍‌ ସୁତୁଲି ଜାଲ ରୂପ ନିଏ l
ସାତ ଦିନ ମଧ୍ୟରେ ସମଗ୍ର ଛାତି ଏକ ପିଣ୍ଡୁଳା ପରି ହୋଇଯାଏ l ଅଥଚ ଯକ୍ଷ୍ମା ପରି ଫୁସ୍‌ଫୁସ୍‌କୁ କ୍ଷତି କରେ ନାହିଁ, କେବଳ ଫୁସ୍‌ଫୁସ୍‌ ଉପରେ ଏକ ସୁତୁଲି ଚାଦର ମାଡି ଯାଏ I ତା’ପରେ ଆରମ୍ଭ ହୁଏ ୧୨-୨୪ ଘଣ୍ଟା ବିଶିଷ୍ଟ ମୃତ୍ୟୁମୁଖୀ ଝରଣା – ଯଥା ଫୁସ୍‌ଫୁସ୍‌ ଆଉ ଅମ୍ଳଜାନ ବିଶିଷ୍ଟ ରକ୍ତ ହୃତପିଣ୍ଡକୁ ପଠାଇ ପାରେ ନାହିଁ l ଏହା ଯୋଗୁ ହୃତପିଣ୍ଡର ମାଂସପେଶୀ ହୃଦ୍‌ଘାତ ଭଲି ଦୁର୍ବଳ ଅବସ୍ଥା ହୁଏ l ତତ୍‌ ସଙ୍ଗେ ବୃକକ୍‌ (କିଡନୀ)ର ବି ଅସୁବିଧା ହୋଇଥାଏ l ଫୁସ୍‌ଫୁସ୍‌ ପବନ ବଦଳରେ ପାଣିରେ ଭରିବା ଆରମ୍ଭ ହୁଏ l ଏହାପରେ ଅବସ୍ଥା ଗୁରୁତର ହୋଇଯାଏ l
ରୋଗୀ ସଂସ୍ପର୍ଶରେ ଯିଏ ବି ଆସେ ତାକୁ ମଧ୍ୟ ଏହି ଭୂତାଣୁ ସଂକ୍ରମଣ ହୁଏ ଓ ସମସ୍ତଙ୍କର ସମାନ ଅବସ୍ଥା ମଧ୍ୟ ହୋଇପାରେ l ଏସଏଆରଏସ-କୋଭ୍‌-୧୯ ଆଣି ଦେଇଛି ଏକ ଅମଡ଼ା ବାଟ। ଉପାୟ ଦିଶୁନାହିଁ l ଅନେକ ଦେଶରେ ବୈଜ୍ଞାନିକମାନେ ଅନେକ ଚେଷ୍ଟା ଜାରି ରଖିଛନ୍ତି ଏହାର ଔଷଧ ଓ ଚିକିତ୍ସା ଖୋଜିବାରେ l ଘରୁ ବାହାରନ୍ତୁ ନାହିଁ ଓ ସାମାଜିକ ଦୂରତା ପାଳନ କରନ୍ତୁ l ଏହି ରୋଗକୁ ପ୍ରତିହତ କରିବା ପାଇଁ ଏହା ହିଁ ସବୁଠାରୁ ପ୍ରଯୁଜ୍ୟ ବିକଳ୍ପ l ଆମେ ଏହି ଯୁଦ୍ଧରେ ଜିତିବୁ-ଏପରି ଦୃଢ଼ ବିଶ୍ୱାସ ଆମ ଭିତରେ ରହିବା ନିହାତି ଦରକାର l କରୋନା ଭୂତାଣୁର କଥା ଅତି ଗୁରୁତ୍ୱପୂର୍ଣ୍ଣ l

ଡା. ଦୀପକ ଭଟ୍ଟାଚାର୍ଯ୍ୟ
-ଭୁବନେଶ୍ବର
ମୋ : ୮୬୫୮୨୪୮୬୦୬


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri