ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶରେ ସଜାଯାଏ…

ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍‌ ଅଞ୍ଚଳରେ ରହିଛି ଏକ ମନ୍ଦିର। ଏଠାରେ ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ। ଏହି ହନୁମାନ ମନ୍ଦିରରେ ପ୍ରତିବର୍ଷ କାର୍ତ୍ତିକ ମାସରେ ୧୦ ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲେ। ଏହାକୁ ଲଙ୍ଗୁର ମେଳା କୁହାଯାଏ। ଏଠାରେ ଏହି ଅବସରରେ ଏକ ବଡ଼ ମେଳା ଲାଗେ। ମେଳାକୁ ଆସୁଥିବା ଛୋଟ ଛୋଟ ପିଲାଙ୍କୁ ମାଙ୍କଡ଼ ବେଶ କରି ମାତାପିତା ମନ୍ଦିରକୁ ଆଣିଥାନ୍ତି। ଏହି ପ୍ରାଚୀନ ପରମ୍ପରା ୭ ଶହରୁ ଅଧିକ ବର୍ଷ ଧରି ଏଠାରେ ପାଳନ କରାଯାଉଛି। ମେଳାରେ ଯୋଗ ଦେବା ପାଇଁ ଦେଶବିଦେଶରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି।

Share