Posted inଜାତୀୟ

ମାନସିକ ଚିକିତ୍ସା ପାଇଁ ଭାରତୀୟଙ୍କ ପାଖରେ ନାହିଁ ଟଙ୍କା

ନୂଆଦିଲ୍ଲୀ, ୧୮।୬: ପରିବର୍ତ୍ତିତ ଜୀବନ ଶୈଳୀରେ ବହୁ ଭାରତୀୟ ମାନସିକ ଅବସାଦ ଗ୍ରସ୍ତ ହୋଇଥାନ୍ତି। କେତେକ ଏହାର ଚିକିତ୍ସା ମଧ୍ୟ କରିଥାନ୍ତି। ଅପରପକ୍ଷରେ ଏହାର ଚିକିତ୍ସା ପାଇଁ ଲାଗୁ ଥିବା ଟଙ୍କାର ଅଭାବ ଯୋଗୁ ବହୁ ଲୋକ ନିଜର ସ୍ଥିତି ସହିତ ବଞ୍ଚିବାକୁ ବାଧ୍ୟ ହୋଇଥାନ୍ତି। ଏଭଳି ସମସ୍ୟା ଭୋଗୁଥିବା ଲୋକଙ୍କୁ କେବଳ ପରାମର୍ଶ ଦେବା ଲାଗି ୧୫ ଶହ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସକ ନେଇଥାନ୍ତି। ଚିକିତ୍ସକ ଏଭଳି ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କୁ ସାଧାରଣ ଧ୍ୟାନ ବିଷୟରେ ସଚେତନ କରାଇଥାନ୍ତି। ଏହା ସହିତ ଶରୀରରେ ଭିଟାମିନର ଅଭାବ ପରୀକ୍ଷା, ଥାଇରଏଡ୍‌ ଏବଂ ଅନ୍ୟ ହରମୋନସ୍ତର ଯାଞ୍ଚ୍‌ ମଧ୍ୟ କରାଯାଇଥାଏ। କେତେକ ଏଥିପାଇଁ ସ୍ବାସ୍ଥ୍ୟସେବା ଶିବିରରେ ଯୋଗମଧ୍ୟ ଦେଇଥାନ୍ତି। ଶିବିରରେ ଏକ ଘଣ୍ଟା ପାଇଁ ପେଶାଦାର ଥେରାପିଷ୍ଟ ୮ଶହ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି। ଏଭଳି ୨୦ରୁ ୩୦ ଥର ଶିବିରରେ ଯୋଗ ଦେବାକୁ ଥେରାପିଷ୍ଟ ପରାମର୍ଶ ଦେଇଥାନ୍ତି। ଫଳରେ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କର ୧୬ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଯାହାକି ଭାରତ ଭଳି ଦେଶରେ ଜଣେ ସାଧାରଣ ଲୋକ ଲାଗି ଏହା ଅସମ୍ଭବ ମନେ ହୁଏ। ମାନସିକ ଅବସାଦି ଚିକିତ୍ସା ପାଇଁ ବୀମାରେ ଉଲ୍ଲେଖ କରାଯାଇଛି। ୨୦୧୭ ମେଣ୍ଟାଲ ହେଲଥ୍‌ କେୟାର ଆକ୍ଟ ଅନୁସାରେ ଏଭଳି ଚିକିତ୍ସାକୁ ବୀମାଭୁକ୍ତ କରାଯିବ। ଏହା ଅନୁସାରେ ପ୍ରତି ପଲିସି ଧାରକଙ୍କୁ ମେଣ୍ଟାଲ ହେଲଥ୍‌ କେୟାର ଲାଗି ଅର୍ଥ ଯୋଗାଇ ଦିଆଯିବ। ଏହାକୁ ବୀମା ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷ(ଆଇଆର୍‌ଡିଏଆଇ)ଙ୍କ ସ୍ବୀକୃତି ମଧ୍ୟ ମିଳିଛି। ସୁପ୍ରିମ୍‌କୋର୍ଟ ମଧ୍ୟ ଏନେଇ ଆଇଆର୍‌ଡିଏଆଇକୁ ନିର୍ଦ୍ଦେଶ ବି ଦେଇଛନ୍ତି। ମାତ୍ର ସମସ୍ତ କ୍ଷେତ୍ରରେ ବୀମା ଧାରକଙ୍କୁ ଆବଶ୍ୟକ ସହାୟତା ମିଳି ପାରୁ ନାହିଁ। ଫଳରେ ମାନସିକ ଅବସାଦ ଗ୍ରସ୍ତ ରୋଗୀ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ପାଇପାରୁ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri