ମାନସିକ ଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ମୁଠାଏ…

ସକାଳେ ମୁଠାଏ ସୋଲା ବୁଟ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏଥିରେ ଥିବା ଟ୍ରିପ୍ଟାଫେନ୍‌ ମାନସିକ ଚାପ କମ୍‌ କରି ଶାନ୍ତି ପ୍ରଦାନ କରେ ବୋଲି ଜମ୍ମୁ ଆୟୁର୍ବେଦିକ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏହା ରକ୍ତରେ କୋଲେଷ୍ଟରଲ ସ୍ତର ହ୍ରାସ କରି ହାର୍ଟ ଆଟାକ୍‌ରୁ ଦୂରେଇ ରଖେ। ଏଥିରେ ଥିବା ଆଲ୍ଫା ଲିନୋଲେନିକ ଏସିଡ୍‌, ଆମିନୋ ୩ ଫ୍ୟାଟି ଏସିଡ୍‌ କୋଲେଷ୍ଟରଲସ୍ତରକୁ କମ୍‌ କରେ । ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥାଏ । ଏହା ମାଂସପେଶୀକୁ ଶକ୍ତ କରେ। ଏଥିରେ ଥିବା ତନ୍ତୁଜ କୋଷ୍ଠକାଠିନ୍ୟ ଦୂର କରି ହଜମ ଶକ୍ତି ବଢ଼ାଏ । ବୁଟ ଗଜା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରିତ କରେ । ଫଳରେ ଡାଇବେଟିସ୍‌ରୁ ମୁକ୍ତି ମିଳେ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

Share