Categories: ଖେଳ

ଅଜୟ ଜାଡେଜାଙ୍କୁ ପୂରିଲା ୪୯: ମାଧୁରୀଙ୍କ ସହ ଥିଲା ପ୍ରେମ ସମ୍ପର୍କ

ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜା ଖେଳ ପଡ଼ିଆରୁ ବିଦାୟ ନେଇଥିଲେ ମଧ୍ୟ ଏବେ ବି କ୍ରିକେଟ୍‌ ନିଶା ଛାଡି ନାହାଁନ୍ତି। କେତେକ ସମୟରେ ସେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳୁଛି। ଶନିବାର ସେ ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୧ ଫେବୃୟାରୀ ୧ରେ ଗୁଜରାଟ ଜାମ୍‌ନଗରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଅଜୟସିଂଜୀ ଦୌଲତସିଂଜୀ ଜାଡେଜା ଥିଲା। ଖେଳପଡ଼ିଆରେ ନିଜର ବ୍ୟାଟିଂ ନେଇ ସେ ବେଶ୍‌ ଚର୍ଚ୍ଚିତ ଥିଲେ। ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ନେଇ ଅନେକ ଚର୍ଚ୍ଚା ଜାରି ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଏଥିରେ ପଡ଼ିଥିଲା ଭଟ୍ଟା। ୨୦୦୦ରେ ମ୍ୟାଚ ଫିକ୍ସିଂ ମାମଲା ଅଭିଯୋଗରେ ସେ ଖେଳ ପଡ଼ିଆ ଛାଡିଥିଲେ। ୨୦୦୩ରେ ହିନ୍ଦୀ ଫିଲ୍ମ ଖେଲ୍‌ ଏବଂ ୨୦୦୯ରେ ଫିଲ୍ମ ପଲ୍‌ ପଲ୍‌ ଦିଲ୍‌ କେ ପାଶ୍‌ରେ ସେ ଅଭିନୟ କରିଥିଲେ।

Share