ମାତ୍ର ୫୧ ଟଙ୍କା

ବଲିଉଡ୍‌ର ହି-ମ୍ୟାନ୍‌ ଭାବରେ କିଏ ପରିଚିତ ତାହା କହିବା ବାହୁଲ୍ୟ। ସେ ହେଲେ ଧର୍ମେନ୍ଦ୍ର। ତାଙ୍କର ‘କୁତେ କମିନେ’ ଡାଏଲଗ୍‌ ଏବେ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ ସତେଜ ହୋଇ ରହିଛି। ଧର୍ମେନ୍ଦ୍ରଙ୍କ ଅଭିନୟ କେତେ ଜୀବନ୍ତ ତାହା ତାଙ୍କ ଅଭିନୀତ ଚଳଚ୍ଚିତ୍ରରୁ ସ୍ପଷ୍ଟ ଜଣାପଡିଯାଏ। ବଲିଉଡ୍‌ରେ ସେ ଏଣ୍ଟ୍ରି କରିଥିଲେ ୧୯୬୦ରେ ଆଉ ଫିଲ୍ମଟି ଥିଲା ‘ଦିଲ୍‌ ଭି ତେରା, ହମ୍‌ ଭି ତେରି’। ଏହି ଫିଲ୍ମରେ ତାଙ୍କୁ ପାରିଶ୍ରମିକ ଭାବରେ କେତେ ମିଳିଥିଲା ଜାଣନ୍ତି ? ମାତ୍ର ୫୧ ଟଙ୍କା। ହେଲେ ତାହାକୁ ସେ ଗୁରୁତ୍ୱ ନ ଦେଇ ଅଭିନୟକୁ ଅଗ୍ରାଧିକାର ଦେଇଥିଲେ। ଫଳସ୍ବରୂପ ହିନ୍ଦୀ ସିନେମାରେ ସେ ନିଜକୁ ଜଣେ ଆଗଧାଡିର ଅଭିନେତା ଭାବରେ ପରିଚିତ କରାଇବାରେ ସକ୍ଷମ ହୋଇଥିଲେ। ଯୁବାବସ୍ଥାରେ ସେ ସିନେମା ଦେଖିବାକୁ ଭାରି ଭଲ ପାଉଥିଲେ। ତାଙ୍କର ସବୁଠାରୁ ପ୍ରିୟ ଅଭିନେତ୍ରୀ ଥିଲେ ସୁରେୟା। ସୁରେୟାଙ୍କ ଅଭିନୀତ ‘ଦିଲ୍‌ଲଗି’ ସିନେମାକୁ ସେ ୪୦ ଥର ଦେଖିଥିଲେ। ସେତେବେଳେ ସେ ମାଇଲ ମାଇଲ ବାଟ ଚାଲି ଚାଲି ସିନେମା ଦେଖିବାକୁ ଯାଉଥିଲେ।

Share