ମାତ୍ର ୧୯ ବର୍ଷରେ ଅମିତାଭ ବଚ୍ଚନ ସହ କରିଥିଲେ ଡେବ୍ୟୁ, ୨୫ରେ ମୃତ୍ୟୁ, ଏମିତି ଥିଲା ଜିଆ ଖାନ୍‌ଙ୍କ ଫିଲ୍ମ କ୍ୟାରିୟର୍‌

ବଲିଉଡ୍‌ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆଜି ୩୨ ତମ ଜନ୍ମଦିବସ। ୧୯୮୮ ମସିହା ଫେବୃୟାର ୨୦ରେ ନ୍ୟୁୟର୍କରେ ସେ ଜନ୍ମଗ୍ରହଣ କରିଥିଲେ ଜିଆ। ଜିଆ ବଲିଉଡ୍‌ର ଏମିତି ଜଣେ ଅଭିନେତ୍ରୀ ଥିଲେ ଯେ, ଖୁବ୍‌ କମ୍‌ ସମୟରେ ସଫଳତା ପାଇବା ସହ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ଅର୍ଜନ କରିଥିଲେ। କିନ୍ତୁ ପରଦାରେ ସବୁବେଳେ ଲୋକଙ୍କ ମନୋରଞ୍ଜନ କରୁଥିବା ଜିଆଙ୍କ ବ୍ୟକ୍ତିଗତ ଜୀବନରେ ଏତେ ଦୁଃଖ ଥିଲା ତାହା କେବେ ପଦାକୁ ଆସି ନ ଥିଲା। ମାତ୍ର ୨୫ ବର୍ଷ ବୟସରେ ୨୦୧୩, ଜୁନ୍‌ ୩ରେ ନିଜ ବେଡ୍‌ ରୁମ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ଛୋଟ ଫିଲ୍ମ କ୍ୟାରିୟରେ ସେ ଅନେକ ସଫଳତା ପାଇଥିଲେ। ମାତ୍ର ୧୯ ଷର୍ବ ବୟସରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୭ରେ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ନିଃଶବ୍ଦ’ରେ ସେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ଅଭିନୟ ପାଇଁ ସେ ବେଶ୍‌ ପ୍ରଶଂସିତ ମଧ୍ୟ ହୋଇଥିଲେ। ୨୦୦୮ରେ ବ୍ଲକବଷ୍ଟର ଫିଲ୍ମ ଗଜନୀରେ ମଧ୍ୟ ସେ ଅଭିନୟ କରିଥିଲେ। ଆଜିବି ତାଙ୍କ ମୃତ୍ୟୁ ରହସ୍ୟଘେରରେ ରହିଛି।

Share