ମାତ୍ର ୧୬ ବର୍ଷ ବୟସରେ ବଲିଉଡରେ ବୋଲ୍ଡ୍‌ ସିନ୍‌ ଦେଇଥିଲେ ଏହି ନାୟିକା

ମୁମ୍ବାଇ: ୮୦ ଦଶକରେ ବଲିଉଡ୍‌ ପରଦାରେ ବୋଲ୍ଡ ସିନ୍‌ କଥା କହିଲେ ବା ଶୁଣିଲେ ଟିକେ ଅଡୁଆ ଲାଗୁଥିଲା। ତଥାପି ସେ ସମୟରେ ମାତ୍ର ୧୬ ବର୍ଷ ବୟସର ନାୟିକା ମନ୍ଦାକିନି ଯେଉଁ ବୋଲ୍ଡ ସିନ୍‌ ଦେଇଥିଲେ ତାହା ଆଜିବି ରହିଛି ଚର୍ଚ୍ଚାରେ। ଫିଲ୍ମ ‘ରାମ ତେରି ଗଙ୍ଗା ମୈଲି’ରେ ମନ୍ଦାକିନି ଖୋଲା ଖୋଲି ଅଭିନୟ କରିଥିଲେ। ଯଦିଓ ତାଙ୍କ ବଲିଉଡ୍‌ କ୍ୟାରିୟର ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା ତଥାପି ଆଜିବି ତାଙ୍କ ପ୍ରଥମ ଅଭିନୟକୁ ଦର୍ଶକେ ମନେ ରଖିଛନ୍ତି। ୫୦ ବର୍ଷ ବୟସରେ ପଦାର୍ପଣ କରିଥିବା ଏହି ଅଭିନେତ୍ରୀଙ୍କ ସେହି ବୋଲ୍ଡ ସିନ୍‌ ହିଁ ତାଙ୍କୁ ଦେଇଥିଲା ଏକ ସ୍ବତନ୍ତ୍ର ପରିଚୟ। ତେବେ ସେ ବଲିଉଡ୍‌ରେ ରାଜ୍‌ ନ କରିବାର ମୁଖ୍ୟ କାରଣ କୁହାଯାଏ ଅଣ୍ଡର ଓ୍ବାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମଙ୍କ ସହ ତାଙ୍କର ସମ୍ପର୍କ। ଅବଶ୍ୟ ଏଥିପାଇଁ ହେଉ ଅବା ଭଲ ଅଭିନୟ ନ କରିବାରୁ ସେ ଧୀରେଧୀରେ ବଡ ପରଦାରୁ ଦୂରେଇ ଯାଇଥିଲେ। ତେବେ ମନ୍ଦାକିନି ଉତ୍ତର ପ୍ରଦେଶର ମିରଠରେ ଜନ୍ମ ନେଇଥିବା ବେଳେ ତାଙ୍କ ନାଁ ଥିଲା ୟସ୍ମିନ ଜୋସେଫ। ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁର ପ୍ରଥମେ ତାଙ୍କୁ ‘ରାମ ତେରି ଗଙ୍ଗା ମୈଲି’ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେଇଥିଲେ। ଆଉ ଅଭିନୟ ପୂର୍ବରୁ ରାଜ କପୁର ତାଙ୍କ ନାଁ ରଖିଥିଲେ ମନ୍ଦାକିନି।

Share