ମାତ୍ର ୧୫ ମିନିଟ୍‌ ବସନ୍ତୁ କଅଁଳା ଖରାରେ, ମିଳିବ ଏସବୁ ଫାଇଦା

ପ୍ରଦୂଷଣ କାରଣ ଯୋଗୁ ଲୋକଙ୍କୁ ଆଉ ସୂର୍ଯ୍ୟଙ୍କ କଅଁଳ କିରଣ ମିଳୁନି। କିନ୍ତୁ କଅଁଳ ଖରା ଶରୀର ପାଇଁ ବହୁ ଉପକାରୀ। ଏଥିରେ ପର୍ଯାପ୍ତ ପରିମାଣ ଭିଟାମିନ ଡି’ ରହିଛି। ଦିଲ୍ଲୀ ଫୋର୍ଟିସ୍‌ ରାଜନ୍‌ ଧଲ୍‌ ହସ୍ପିଟାଲ ଅର୍ଥପେଡିକ୍ସ ବିଭାଗର ଡାକ୍ତର ବିଶ୍ୱଦୀପ ଶର୍ମା କୁହନ୍ତି, ପ୍ରତିଦିନ ଅତି କମ୍‌ରେ ୧୫ ମିନିଟ୍‌ ସୂର୍ଯ୍ୟଙ୍କ କଅଁଳ କିରଣରେ ବସିଲେ ହାଡ଼ ମଜଭୁତ ହୋଇଥାଏ। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣରୁ ତ୍ୱଚାକୁ ଭିଟାମିନ୍‌ ଡି’ ମିଳିଥାଏ। ପ୍ରଦୂଷଣ ମାତ୍ରା ବଢ଼ି ଚାଲିଥିବାରୁ ଲୋକଙ୍କୁ ସୂର୍ଯ୍ୟ କିରଣ ମିଳୁନାହିଁ। ଫଳରେ ଲୋକେ ଦୁଗ୍ଧଜାତ ଖାଦ୍ୟ ପଦାର୍ଥ ଉପରେ ନିର୍ଭର କରୁଛନ୍ତି।


– ଅଧିକାଂଶ ମହିଳା ଖରାକୁ ବାହାରିଲେ ସନ୍‌ସ୍କ୍ରିନ୍‌ ଲଗାଇବା ସହ ଘୋଡ଼ାଇ ହୋଇ ଯିବାଆସିବା କରିଥାନ୍ତି। ମାତ୍ର ଏହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ଦେହରେ ପଡ଼େ ନାହିଁ। ତେଣୁ ତ୍ୱଚାରେ ରିକେଟ୍‌ସ ପରି ସମସ୍ୟା ଦେଖାଦେଇଥାଏ।

– ପିଲାଙ୍କୁ ଭିଟାମିନ୍‌ ଜାତୀୟ ଖାଦ୍ୟ ଦେବା ସହ ସୂର୍ଯ୍ୟଙ୍କ କଅଁଳ ଖରାରେ କିଛି ସମୟ ବସାଇବା ଉଚିତ୍‌। ଏହା ଦ୍ୱାରା ସେମାନଙ୍କ ହାଡ଼ ମଜଭୁତ ହୋଇଥାଏ।

– ଶୀତ ଋତୁରେ ଦେହ ହାତ ଦରଜ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କିଛି ସମୟ କଅଁଳ ଖରାରେ ଦୌଡ଼ିଲେ ଆରାମ ଲାଗିବା ସହ ହାଡ଼ ବେଶ୍‌ ମଜଭୁତ ହୋଇଥାଏ।