Categories: ଜାତୀୟ

ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦ ହଜାର କିମି ସାଇକେଲ ଯାତ୍ରାରେ ଯୁବକ

ସିଲିଗୁଡ଼ି,୨୫।୪: ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜଣେ ଯୁବକ ଅଣ୍ଟା ଭିଡ଼ିଛନ୍ତି। ମହାରାଷ୍ଟ୍ରର ୨୯ ବର୍ଷ ବୟସ୍କ ଯୁବକ ଗନ୍ଧାର କୁଲକର୍ଣ୍ଣୀ ଏନେଇ ୨୦ ହଜାର କିଲୋମିଟର ସାଇକେଲ ଯାତ୍ରାରେ ବାହାରିଛନ୍ତି। ସଂସ୍କୃତରେ ଗ୍ରାଜୁଏସନ୍‌ ଶେଷ କରିଥିବା ଗନ୍ଧାର ୨୦୧୮ ଜୁଲାଇ ୧ରୁ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ଯାତ୍ରା ୨୦୧୯ ଅଗଷ୍ଟ ୧୫ରେ ଶେଷ ହେବ ବୋଲି ସେ କହିଛନ୍ତି। ନିଜର ଯାତ୍ରା କାଳରେ ଗନ୍ଧାର ବିଭିନ୍ନ ସ୍କୁଲ ଓ କଲେଜକୁ ଯାଇ ଛାତ୍ର୍ରୀଛାତ୍ରଙ୍କୁ ମାତୃଭାଷାକୁ କପରି ସୁରକ୍ଷିତ ରଖାଯାଇ ପାରିବ ସେ ସମ୍ପର୍କରେ ଅବଗତ କରାଉଛନ୍ତି। ଏବେ ଗନ୍ଧାରଙ୍କ ଏଭଳି ଯାତ୍ରା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share