ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ: ଜୁନ୍‌ ୨୪ ଯାଏ ରହିବ ବଳବତ୍ତର

ବୁଗୁଡା,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ଶାନ୍ତିଲତା ନାୟକ ଶଟ୍‌ଡାଉନ ଘୋଷଣା
କରିଛନ୍ତି। ମାଣିତରା ପଞ୍ଚାୟତ ଅନ୍ତର୍ଗତ ମକରାପଲୀର ଏକ ଘରୋଇ ସଙ୍ଗରୋଧ
କେନ୍ଦ୍ରରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ସେ
ନେଇଛନ୍ତି। ଲୋକେ ଲକ୍‌ଡାଉନ ନିୟମ ନ ମାନି ଏଣେତେଣେ ବୁଲିବା ଯୋଗୁ ଉକ୍ତ ଅଞ୍ଚଳରେ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସରପଞ୍ଚ ମାଣିତରା ପଞ୍ଚାୟତର
ମକରାପଲୀ, କଣ୍ଡରେଇ, ମଙ୍ଗରାଜପୁର, ଦିଗି ଆଦି ୪ ଗ୍ରାମକୁ ଆସନ୍ତା
୨୪ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏ ନେଇ ସେ ବିଡିଓ ତନ୍ମୟ ପାତ୍ରଙ୍କ ସହ ଆଲୋଚନା କରିଥିଲେ।