ମାଟ୍ରିକ ପରୀକ୍ଷା ଲାଗି ପ୍ରଶ୍ନପତ୍ର ପହଞ୍ଚିଲା, ପ୍ରସ୍ତୁତି ଜୋର୍‌ଦାର

ଗଞ୍ଜାମ,୧୩।୨(ଡି.ଏନ୍‌.ଏ.): ଚଳିତମାସ ୧୯ ତାରିଖରେ ସାରା ରାଜ୍ୟରେ ହେବ ମାଟ୍ରିକ ପରୀକ୍ଷା l ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଜୋର୍‌ଦାର ଚାଲିଛି l ଗୁରୁବାର ମାଧ୍ୟମିକ ପରିଷଦ (କଟକ)ପକ୍ଷରୁ ଗଞ୍ଜାମ ଭାରତୀ ବିଦ୍ୟାପୀଠକୁ ସ୍ବତନ୍ତ୍ର ପୋଲିସ ସ୍କ୍ବାଡ୍‌ ଯୋଗେ ପ୍ରଶ୍ନପତ୍ର ପହଞ୍ଚିଛି। ଗଞ୍ଜାମ ବିଇଓ ସୁବାସ ଚନ୍ଦ୍ର ଘଡ଼ାଇ, ଏବିଇଓ ବିଜୟ ଚନ୍ଦ୍ର ବେହେରା, ପ୍ରଧାନଶିକ୍ଷକ ତଥା ସୁପରିଟେଣ୍ଡେଣ୍ଟ କବିରାଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବତନ୍ତ୍ର ସ୍କ୍ବାଡ୍‌ ପୋଲିସ ଗୋପୀନାଥ ମହାଳିକ, ଲୋକନାଥ ନାୟକ, ମାଧ୍ୟମିକ ଶିକ୍ଷା ପରିଷଦ (କଟକ )ମନୋରଞ୍ଜନ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ l ଗଞ୍ଜାମ ବ୍ଲକ ଅଞ୍ଚଳର ୯ଟି କେନ୍ଦ୍ର ତଥା ଗଞ୍ଜାମ ବାଳିକା ବିଦ୍ୟାଳୟ, ଭାରତୀ ବିଦ୍ୟାପୀଠ, ବୀରଭଦ୍ର ହାଇସ୍କୁଲ, ଖଣ୍ଡାଦେଉଳି ହାଇସ୍କୁଲ, ପାଲୁର ତାଳୁକା ହାଇସ୍କୁଲ, ରମ୍ଭା ବାଳକ ହାଇସ୍କୁଲ, ଆଶ୍ରମ ସ୍କୁଲ, ସୁବଳୟା ହାଇସ୍କୁଲ, ସାବୁଳିଆ ହାଇସ୍କୁଲ ପ୍ରମୁଖ ସ୍କୁଲର ପ୍ରାୟ ୨୨୦୩ ବିଦ୍ୟାର୍ଥୀ ପରୀକ୍ଷା ଦେବେ l ଏଥିରେ ଏକ୍ସ ରେଗୁଲାର ଓ ରେଗୁଲାର ପିଲାମାନେ ପରୀକ୍ଷା ଦେବେ ବୋଲି ନୋଡାଲ ସେଣ୍ଟର ପକ୍ଷରୁ କୁହାଯାଇଛି। ଭାରତୀ ବିଦ୍ୟାପୀଠର ଡି.ରାଜଲକ୍ଷ୍ମୀ ରେଡ୍ଡୀ ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ବେଳେ ସୁନୀତା ମହାଙ୍କୁଡ଼, ବିଦୁଲତା ବସ୍ତିଆ ପ୍ରମୁଖ ଡେପୁଟି ସୁପରିଟେଣ୍ଡେଣ୍ଟ ଦାୟିତ୍ୱ ତୁଲାଇବେ ବୋଲି ଭାରତୀ ବିଦ୍ୟାପୀଠ(ହାଇସ୍କୁଲ)ର ବରିଷ୍ଠ କିରାଣି ହରି ବାରିକ ସୂଚନା ଦେଇଛନ୍ତି l ପ୍ରଶ୍ନପତ୍ର ଥିବା ଗୃହରେ ଗଞ୍ଜାମ ଥାନା ପୋଲିସ ଜଗି ରହିଥିବା ଦେଖିବାକୁ ମିଳିଛି।