ମାଟ୍ରିକ୍‌ ପରୀକ୍ଷା: କପି କରି ଧରାପଡ଼ିଲେ ୧୧୮ ପରୀକ୍ଷାର୍ଥୀ

କଟକ ଅଫିସ,୨୫ା୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ମାଟ୍ରିକ ପରୀକ୍ଷାରେ ସୋମବାର ୧୧୮ଜଣ ପରୀକ୍ଷାର୍ଥୀ କପି କରି ଧରା ପଡ଼ିବା ସହ ମାଲପ୍ରାକ୍ଟିସ(ଏମ୍‌ପି) ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମାଟ୍ରିକ ପରୀକ୍ଷାର ୧୦୮ଜଣ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ୧୦ଜଣ ପରୀକ୍ଷାର୍ଥୀ ଅଛନ୍ତି। ସୋମବାର ୩ୟ ଭାଷା ତଥା ହିନ୍ଦୀ, ସଂସ୍କୃତ, ଓଡ଼ିଆ, ପାର୍ସୀ ବିଷୟ ପରୀକ୍ଷା ରହିଥିଲା। ଅନ୍ୟପକ୍ଷରେ ବିଭିନ୍ନ ଜିଲାର ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଚାଲୁଥିବା ସମୟରେ ବିଦ୍ୟୁତ କାଟ୍‌ ହେଉଥିବା ବୋର୍ଡ କାର୍ଯ୍ୟାଳୟର ହେଲ୍ପଲାଇନ ନମ୍ବରରେ ଅଭିଯୋଗ ହୋଇଥିବା ଜଣାପଡିଛି।