ମାଟ୍ରିକ୍‌ ଏ-୧ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଧର୍ମଶାଳା,୪।୬(ଡି.ଏନ୍‌.ଏ.)- ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଗ୍ରେଡ୍‌ ପାଇଥିବା ୪ଜଣ ଛାତ୍ରୀଛାତ୍ରଙ୍କୁ ସୋମବାର ଧର୍ମଶାଳା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସମ୍ପର୍ଦ୍ଧିତ କରାଯାଇଛି। କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ବିଇଓ ପ୍ରଫୁଲ୍ଲ କୁମାର ବେହେରା ସଭାପତିତ୍ୱ କରି ଟପ୍ପର ରୋଜାଲିନ୍‌ ସାହୁ, ଦେବାଶିଷ ମହାନ୍ତି, ସତ୍ୟପ୍ରିୟ ବେହେରା ଓ ଶାଶ୍ୱତୀ ସାହୁଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ପର୍ଦ୍ଧିତ କରିଥିଲେ। ଏଥିସହ ଭବିଷ୍ୟତରେ ଭଲ ମଣିଷ ହୋଇ ଅଞ୍ଚଳର ସୁନାମ ରଖିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ସଫଳତା ପାଇଥିବା ସ୍କୁଲର ଶିକ୍ଷକ ନିରୋଜ ମହାନ୍ତି, ନିର୍ମଳ ନାୟକ, ଦାମୋଦର ସାହୁ, ସଚ୍ଚିଦାନନ୍ଦ ବେହେରାଙ୍କୁ ଉପଢୌକନ ପ୍ରଦାନ କରି ବିଇଓ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥିଭାବେ ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବିଶ୍ୱାଳ ଯୋଗଦେଇଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ଗୋକର୍ଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ସଭାପତି ଶ୍ରୀ ଜେନା ‘ଗୋକର୍ଣ୍ଣିକା’ ପତ୍ରିକା ଉପହାର ଦେଇଥିଲେ।