ମାଟି ତଳୁ ମିଳିଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବୋମା: ଭୟରେ ରାସ୍ତାରେ ଦୌଡ଼ିଲେ ଲୋକେ

ବର୍ଲିନ୍‌,୧୪।୧: ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହେବାକୁ ଇତିମଧ୍ୟରେ ୭୫ ବର୍ଷ ବିତିଛି। ତେବେ ଜର୍ମାନୀର ହାର୍ଡମୁଣ୍ଡ ସହରରେ ଲୋକେ ଏବେ ବି ଭୟରେ ଜୀବନ ବିତାଉଛନ୍ତି। ବିଭିନ୍ନ ସମୟରେ ସହରର ମାଟି ତଳୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହାର ହୋଇପାରି ନ ଥିବା ବୋମା ଉଦ୍ଧାର କରାଯାଉଛି। ସହରର କେଉଁଠାରେ ବୋମା ରହିଛି ତାହାର କିଛି ଠିକ୍‌ ଠିକଣା ନାହିଁ। ତେଣୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ସମ୍ପ୍ରତି ଏଠାରୁ ୪ଟି ବୋମା ମିଳିଛି। ପ୍ରତି ବୋମାର ଓଜନ ୨୫୦ କିଲୋଗ୍ରାମ୍‌ ବୋଲି କୁହାଯାଉଛି। ବୋମା ମିଳିବା ଖବର ବ୍ୟାପିଯିବାରୁ ଲୋକେ ଭୟରେ ରାସ୍ତାରେ ଦୌଡ଼ିବା ଆରମ୍ଭ କରିଥିଲେ। ଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ଶେଷରେ ବୋମାଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା।

Share