ମାଟିରେ ମିଶିବ ଟାଗୋରଙ୍କ ପାଥେରପୁରୀ: ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ଆପତ୍ତି ଉଠାଇଲେ ବୁଦ୍ଧିଜୀବୀ

ପୁରୀ ଅଫିସ, ୨୯ା୧୨: ପୁରୀ ଚକ୍ରତୀର୍ଥ ରୋଡରେ ରହିଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଐତିହାସିକ ପାଥେରପୁରୀ। କୁହାଯାଏ ଏହି ସ୍ଥାନରେ ରହି ଟାଗୋର ‘ଗୀତାଞ୍ଜଳି’ ରଚନା କରିଥିଲେ। ଏହି ଐତିହାସିକ ସ୍ଥଳ ଏବେ ମାଟିରେ ମିଶିବାକୁ ଯାଉଛି। ପୌର ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଡ. ଶଙ୍କର୍ଷଣ ଦାଶ କହିଛନ୍ତି, ପାଥେରପୁରୀ କୋଠା ବିପଦସଙ୍କୁଳ ରହିଥିବାରୁ ଏହାକୁ ଉଚ୍ଛେଦ ଲାଗି ପୌର ପ୍ରଶାସନ ପକ୍ଷରୁ ଚିଠି ଆସିଥିଲା। ତେବେ ଏଠାରେ ରବୀନ୍ଦ୍ରନାଥଙ୍କ ସ୍ମୃତି ଜଡ଼ିିତ ରହିଥିବାରୁ ଏହି ସ୍ଥାନରେ ଅତ୍ୟାଧୁନିକ କୋଠା, ଟାଗୋରଙ୍କ ଐତିହାସିକ ସଂଗ୍ରହାଳୟ ଏବଂ ପାଠାଗାର ନିର୍ମାଣ ଲାଗି ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇ ଅନୁରୋଧ କରାଯାଇଥିଲା। ସେହିପରି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଏହି କୋଠା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାକୁ ଉଚ୍ଛେଦ ଲାଗି ପୌର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଅନ୍ୟପକ୍ଷରେ ପାଥେରପୁରୀରେ ଟାଗୋରଙ୍କ ବହୁ ସ୍ମୃତି ଚିହ୍ନ ରହିଛି। ସେ ବ୍ୟବହାର କରୁଥିବା ବହୁ ପ୍ରାଚୀନ ସାମଗ୍ରୀ, ନଥିପତ୍ର ଆଜି ବି ସେଠାରେ ରହିଛି। କେତେକ ନଥିପତ୍ର ଉଇ ଖାଇଗଲାଣି, ଆଉ କିଛି ସଂରକ୍ଷିତ ରହିଛି। ପରବର୍ତ୍ତୀ ସମୟରେ ଏହି ସ୍ଥାନରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ଜୁନିୟର କଲେଜର ହଷ୍ଟେଲ ଚାଲିଥିଲା। ଗତ ଫନୀ ବାତ୍ୟାରେ ଏହି କୋଠାର ଆଜବେଷ୍ଟସ ଛାତ ଉଡ଼ିିଯିବା ସହ ବ୍ୟାପକ କ୍ଷତି ଘଟିଥିଲା। ତା’ ପରଠାରୁ ଏଠାରେ ଛାତ୍ରାବାସ ବନ୍ଦ ରହିଛି। ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। କଲେଜ ଅଧୀନରେ ରହିଥିବା ଏହି ହଷ୍ଟେଲ କୋଠା ଉଚ୍ଛେଦ ନିଷ୍ପତ୍ତି ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ପାଥେରପୁରୀର ପୁନରୁଦ୍ଧାର ପରିବର୍ତ୍ତେ ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବୁଦ୍ଧିଜୀବୀ ଏବଂ ପୂର୍ବତନ ଛାତ୍ରୀଛାତ୍ରମାନେ ଆପତ୍ତି ଉଠାଇଛନ୍ତି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ପାଥରପୁରୀ ସହିତ ଟାଗୋରଙ୍କ ସ୍ମୃତିଚିହ୍ନ ଜଡ଼ିିତ ରହିଛି। ଏହି ଐତିହ୍ୟ କୀର୍ତ୍ତିରାଜିର କିପରି ସଂରକ୍ଷଣ କରାଯାଇପାରିବ, ସେଥପ୍ରତି ପ୍ରଶାସନ ଏବଂ ସରକାର ଗୁରୁତ୍ୱ ଦେବା ଉଚିତ। ସେହିପରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଶ୍ରୀକ୍ଷେତ୍ରର ବିକାଶ ଆଳରେ ପ୍ରଶାସନ ଐତିହ୍ୟର ବିନାଶ କରିବା ଉଚିତ ନୁହେଁ। ଏହି ସ୍ଥାନର ଐତିହ୍ୟ କିପରି ବଜାୟ ରହିବ ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଲେ ଏହାର ଗାରିମା ବୃଦ୍ଧି ପାଇବ। ସାମାଜିକ କର୍ମୀ ବ୍ରଜବନ୍ଧୁ ମହାରଣା କହିଛନ୍ତି, କଲେଜ ଅଧୀନରେ ପାଥେରପୁରୀ ରହିଛି। ସରକାର ଏହି ସ୍ଥାନର ବିକାଶ ପ୍ରତି ଗୁରୁତ୍ୱ ଦେବା ଉଚିତ। ଏଠାରେ ଟାଗୋରଙ୍କ ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ସହ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରାଗଲେ ଶ୍ରୀକ୍ଷେତ୍ରର ଗୌରବ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲୋ ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri