ମାଛ ମଡ଼କକୁ ନେଇ ଚିନ୍ତାରେ ଚାଷୀ

ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ ବେଲରଦାନା ଗାଁରେ ମାଛ ମଡ଼କକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି। ବେଲରଦାନ ଗାଁର ଅଧିକାଂଶ ଚାଷୀ ଜମିରେ ପୋଖରୀ ଖୋଲି ମାଛ ଚାଷ ଆରମ୍ଭ କରିଛନ୍ତି। ହେଲେ ପ୍ରାକ୍‌ ମୌସୁମୀ ବର୍ଷା ଆସିବା ଦିନଠାରୁ ମାଛ ମଡ଼କ ଦେଖାଦେଇଛି। ଏନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି। ଚାଷୀ ଭାଗ୍ୟବନ୍ତ ଧରୁଆ ଏକ ଚହଲା ଖୋଲି ୫ କିଲୋଗ୍ରାମ ଜାଆଁଳା ମାଛ ଛାଡିଥିଲେ। ମାଛ ୪୦୦ରୁ ୫୦୦ ଗ୍ରାମ ସାଇଜ ଓଜନ ହୋଇ ଆସୁଥିବା ବେଳେ ପ୍ରାକ୍‌ ମୋସୁମୀ ବର୍ଷା ହେବା ଦିନ ଠାରୁ ମାଛ ମରିବାରେ ଲାଗିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ମାଛ ଚାଷୀମାନଙ୍କୁ ମାଛ ଚାଷ ଓ ଔଷଧ ବ୍ୟବହାର ଉପରେ ତାଲିମ ଦେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।