ମାଛରୁ ପୋକ ବାହାରିବା ଭିଡିଓ ଭାଇରାଲ

ଦାରିଙ୍ଗବାଡ଼ି,୧୨।୩(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଦାରିଙ୍ଗବାଡି ମାର୍କେଟରୁ ମାଛ କିଣିନେବା ପରେ ତାକୁ ମସଲା ଆଦି ଦେଇ ମ୍ୟାରିନେଟ କରି ରଖିଥିଲେ। କିଛି ସମୟ ପରେ ଏକ ଲମ୍ବା ଜିଆ ଭଳି ପୋକ ମାଛ ଭିତରୁ ବାହାରୁଥିବା ସେ ଦେଖିବାକୁ ପାଇଥିଲେ। ଏହାର ଏକ ଭିଡିଓ ଶୁଟିଂ କରି ସେ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଅପ୍‌ଲୋଡ କରିଥିଲେ। ଲୋକଙ୍କୁ ଏଭଳି ମାର୍କେଟରୁ ମାଛ ନ ଆଣିବାକୁ ପରାମର୍ଶ ଦେଇ ସେ କ୍ୟାପ୍‌ସନ୍‌ ଲେଖିଥିଲେ। ତେବେ ସେ କେଉଁଠୁ ଓ କାହା ପାଖରୁ ଏହି ମାଛ କିଣିିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି। କରୋନା ଭାଇରସ୍‌ ନେଇ ଲୋକେ ଭୟଭୀତ ହୋଇ ରହିଥିବାବେଳେ ଏଭଳି ଭିଡିଓ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମାର୍କେଟରେ ପଚାସଢା ମାଛ ଓ ମାଂସ ବିକ୍ରି କରାଯାଉଥିଲେ ସୁଦ୍ଧା ସ୍ବାସ୍ଥ୍ୟବିଭାଗ ତଦାରଖ ନ କରିବା ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ସେ ଏଣିକି ମାଛ ମାର୍କେଟ ସହ ବିଭିନ୍ନ ମାଂସ କଟା ହେଉଥିବା ଦୋକାନ ଯାଇ ନିଜେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।