ମା’ଙ୍କ ଫିଲ୍ମ ରିମେକ୍‌ ପାଇଁ ଝିଅଙ୍କୁ ଅଫର୍‌

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ ଫିଲ୍ମ କିଛି ନୂଆ କଥା ନୁହେଁ। ତେବେ ମଜାଦାର କଥା ହେଲା ଯେଉଁ ରିମେକ୍‌ରେ ଝିଅ ହିରୋଇନ୍‌ ଭୂମିକାରେ ନଜରକୁ ଆସିବେ. ତା’ର ମୂଳ ଫିଲ୍ମରେ ମା’ ହିରୋଇନ୍‌ ଭୂମିକାରେ ଅଭିନୟ କରି ଫିଲ୍ମଟି ହିଟ୍‌ କରିଥିଲେ। ଆପଣ ଟିକେ କନ୍‌ଫ୍ୟୁଜ୍‌ ହୋଇଗଲେ କି? ପ୍ରକୃତରେ ଆମେ କହୁଛୁ ସୈଫ୍‌ ଅଲି ଖାନ ଓ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ୍‌ଙ୍କ କଥା। ସାରାଙ୍କୁ ଅମ୍ରିତାଙ୍କ ଏକ ହିଟ୍‌ ଫିଲ୍ମର ରିମେକ୍‌ ପାଇଁ ଅଫର୍‌ ମିଳିଛି।
ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କ ଅଭିନୀତ ଫିଲ୍ମ ‘ସିମ୍ବା’ ମଧ୍ୟ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା। ଏବେ ସେ ଇମ୍‌ତିଆଜ୍‌ ଅଲିଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ରେ ନଜରକୁ ଆସିବେ। ଫିଲ୍ମରେ ସାରାଙ୍କ ଅପୋଜିଟ୍‌ରେ କାର୍ତ୍ତିକ ଆର୍ୟନଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୧୪ ତାରିଖରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି। ଏହାବ୍ୟତୀତ ତାଙ୍କ ହାତରେ ‘କୁଲି ନଂ ୧’ ଫିଲ୍ମ ମଧ୍ୟ ରହିଛି। ଏଥିରେ ବରୁଣ ଧାଓ୍ବନଙ୍କ ଅପୋଜିଟ୍‌ରେ ସାରା ନଜରକୁ ଆସିବେ। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାରାଙ୍କ ହାତରେ ଏବେ ଆଉ ଏକ ବଡ଼ ଭୂମିକା ରହିଛି। ତାଙ୍କୁ ମା’ଅମ୍ରିତା ସିଂଙ୍କ ହିଟ୍‌ ଫିଲ୍ମ ‘ଚମେଲୀ କି ସାଦି’ର ରିମେକ୍‌ ପାଇଁ ଅଫର୍‌ ଦିଆଯାଇଛି।
ଫିଲ୍ମ ବାବଦରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏହା ପଛର କାରଣ ହେଲା, ମା’ଙ୍କ ଅଭିନୀତ ଏହି ଭୂମିକାକୁ ନ୍ୟାୟ ଦେଇପାରିବେ କି ନାହିଁ ଏହାକୁ ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି। ଏଥିପାଇଁ ସେ କୌଣସି ନିଷ୍ପତ୍ତି ନେଇପାରୁ ନ ଥିବା ଜଣାପଡ଼ିଛି। ଯଦି ସାରା ଏହି ଫିଲ୍ମ ପାଇଁ ରାଜି ହୋଇ ଯାଆନ୍ତି, ତେବେ ଅମୃତାଙ୍କ ଭୂମିକାରେ ତାଙ୍କ ଝିଅ ସାରାଙ୍କୁ ଦେଖିବା ସିନେପ୍ରେମୀଙ୍କ ପାଇଁ ଉତ୍ସାହଜନକ ରହିବ। ଫିଲ୍ମ ‘ଚମେଲୀ କି ସାଦି’ ୧୯୮୬ରେ ରିଲିଜ୍‌ ହୋଇଥିଲା। ଅମୃତା ସିଂ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ତାଙ୍କ ଅପୋଜିଟ୍‌ରେ ଅନିଲ କପୁରଙ୍କୁ ଦେଖିବାକୁ ମିଳିଥିଲା। ଅମୃତା-ଅନିଲ ଅର୍ଥାତ୍‌ ଚମେଲୀ-ଚରଣଦାସଙ୍କ ପ୍ରେମ କାହାଣୀ ତଥା ସଂଘର୍ଷ ଉପରେ ଫିଲ୍ମର କାହାଣୀ ଆଧାରିତ ଥିଲା।

Share