ମା’ଙ୍କ ଜନ୍ମଦିନରେ ଦାମୀ କାର୍‌ ଉପହାର ଦେଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ପପୁଲାର୍‌ ହିରୋ କାର୍ତ୍ତିକ ଆର୍ୟନ୍‌ଙ୍କୁ ନେଇ ଆଜିକାଲି ଖୁବ୍‌ ଚର୍ଚ୍ଚା। ଅଳ୍ପ ଦିନର ବଲିଉଡ୍‌ କ୍ୟାରିୟର୍‌ ଭିତରେ ସେ ବେଶ୍‌ ଲୋକପ୍ରିୟତା ହାସଲ କରିସାରିଲେଣି। କେବେ ନିଜ ଅଭିନୟକୁ ନେଇ ତ କେବେ ଲଭ୍‌-ଆଫାୟର୍ସ କାରଣରୁ କାର୍ତ୍ତିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ନିଜ ମା’ଙ୍କ ଜନ୍ମଦିନରେ ତାଙ୍କୁ ଏକ ଦାମୀ କାର୍‌ ଉପହାର ଦେଇ କାର୍ତ୍ତିକ ପୁଣି ଖବରକୁ ଆସିଛନ୍ତି।
ନିକଟରେ କାର୍ତ୍ତିକ ନିଜ ମା’ଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ମା’ଙ୍କ ସହ ମୁମ୍ବାଇସ୍ଥିତ ମୁକ୍ତେଶ୍ୱର ମନ୍ଦିର ଯିବା ସହ ଏକ ଦାମୀ କାର୍‌ ମଧ୍ୟ ଉପହାରରେ ଦେଇଛନ୍ତି। ପ୍ରାୟ ୪୩.୩୯ କୋଟି ମୂଲ୍ୟର ମିନି କୁପର୍‌ କନ୍‌ଭର୍ଟିବଲ କାର୍‌ କାର୍ତ୍ତିକ ନିଜ ମା’ଙ୍କୁ ଜନ୍ମଦିନରେ ଉପହାର ଦେଇଛନ୍ତି। ସେ ଖାଲି ଉପହାର ଦେଇ ନାହାନ୍ତି, ମା’ଙ୍କୁ କାର୍‌ ରାଇଡ୍‌ରେ ମଧ୍ୟ ନେଇକି ଯାଇଛନ୍ତି। ତେବେ ଏହି ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇ ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେଉଛି। କାର୍ତ୍ତିକଙ୍କ ଫ୍ୟାନ୍‌ କ୍ଲବ୍‌ ପକ୍ଷରୁ ଏହାକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏହାସହ କାର୍ତ୍ତିକ ମଧ୍ୟ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ୍‌ରେ ମା’ଙ୍କ ସହ ନିଜ ପିଲାବେଳର ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଯେତେବେଳେ କାର୍ତ୍ତିକ ବଲିଉଡ୍‌ରେ ଷ୍ଟ୍ରଗଲ କରୁଥିଲେ, ସେହି ସମୟରେ ଦିନେ ତାଙ୍କ ମା’ ଉକ୍ତ କାର୍‌ ବିଷୟରେ ତାଙ୍କୁ କହିଥିଲେ। ଆଜି ସଫଳତା ପାଇବା ପରେ କାର୍ତ୍ତିକ ତାଙ୍କ ମା’ଙ୍କୁ ଏହି ଉପହାର ଦେଇ ଖୁସି କରିଦେଇଛନ୍ତି।
ଅନ୍ୟପଟେ କାର୍ତ୍ତିକ-ସାରା ଅଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର୍‌ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଏଥିରେ ଉଭୟଙ୍କ ଦମ୍‌ଦାର କେମିଷ୍ଟ୍ରି ଦେଖିବାକୁ ମିଳିଛି। ଇମ୍‌ତିଆଜ୍‌ ଅଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଫେବୃୟାରୀ ୧୪ରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri