Categories: ଜାତୀୟ

ମା’ଙ୍କୁ ବଞ୍ଚାଇବା ପାଇଁ ୬ ବର୍ଷ ବୟସ୍କା ଭାଗ୍ୟଶ୍ରୀ କରୁଛନ୍ତି ଭିକ୍ଷାବୃତ୍ତି

କୋପ୍ପାଲ,୨୮।୫: କର୍ନାଟକ କୋପ୍ପାଲରେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ଜଣେ ୬ ବର୍ଷ ବୟସ୍କା ନାବାଳିକା ଭିକ୍ଷାବୃତ୍ତି କରୁଛନ୍ତି। ସେ ହେଉଛନ୍ତି ଭାଗ୍ୟଶ୍ରୀ। ତାଙ୍କ ମା’ ଦୁର୍ଗାମ୍ମା ଦୀର୍ଘଦିନ ଧରି ମଦ ପିଇବା ଯୋଗୁ ଅସୁସ୍ଥ ହୋଇପଡ଼ିଛନ୍ତି। ଦୁର୍ଗାମ୍ମା ମଦ ପିଉଥିବାରୁ ତାଙ୍କ ସ୍ବାମୀ ଅନ୍ୟତ୍ର ବିବାହ କରିଛନ୍ତି। ଫଳରେ ଭାଗ୍ୟଶ୍ରୀ ପୂର୍ବରୁ ବାପାଙ୍କଠାରୁ ଅଲଗା ହୋଇଯାଇଥିବାବେଳେ ଏବେ ମା’ ହସ୍ପିଟାଲରେ ଥିବାରୁ ଭିକ୍ଷାବୃତ୍ତି କରୁଥିବା କହିଛନ୍ତି। ରାସ୍ତାରେ ଲୋକଙ୍କୁ କୁନି କୁନି ହାତ ପତାଇ ସେ ନିଜ କାହାଣୀ ଅଧା ଖଣ୍ଡିଆ ଶବ୍ଦରେ କହୁଛନ୍ତି। ଏନେଇ ଲୋକେ ଭାଗ୍ୟଶ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୂଚନା ଦେଇଥିଲେ। ପରେ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।

Share