Categories: କନ୍ଧମାଳ

ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

କ.ନୂଆଗଁ।,୧ା୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁ। ବ୍ଲକ ସାରଙ୍ଗଗଡ ଥାନା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ଟାଙ୍ଗିଆରେ ହାଣି ମା’ଙ୍କୁ ହତ୍ୟା କରିଛନ୍ତି ପୁଅ। ମୃତକ ହେଲେ ପ୍ରମା ପ୍ରଧାନ (୪୫)।
ପ୍ରକାଶ ଯେ, ସାରଙ୍ଗଗଡ ଥାନା ଗୁଞ୍ଜିବାଡି ପଞ୍ଚାୟତ ଉପରସାହିର ପ୍ରମା ଓ ତାଙ୍କ ପୁଅ ସୁନୀଲଙ୍କ ମଧ୍ୟରେ ସକାଳୁ ଜମିଜମାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ପ୍ରମା ବାରିପଟକୁ କାମ କରିବାକୁ ଯାଇଥିଲେ। କାମ କରୁଥିବାବେଳେ ଘରେ ଥିବା ଏକ ଟାଙ୍ଗିଆ ନେଇ ପୁଅ ସୁନୀଲ ପ୍ରମାଙ୍କୁ ପଛପଟୁ ହାଣିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସାରଙ୍ଗଗଡ ପୋଲିସ ଗଁ।ରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇଥିଲା। ସୁନୀଲଙ୍କୁ ଥାନାକୁ ଆଣି ପଚରାଉଚରା ପରେ ନଂ.୧୫/୨୦ରେ ଏକ ହତ୍ୟା ମାମଲା ରୁଜୁକରି ଗିରଫ କରାଯାଇଛି। ପାରିବାରିକ ଗଣ୍ଡଗୋଳ ଓ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଆଇଆଇସି ଅନିତା କିଡୋ କହିଛନ୍ତି।