ମାଙ୍କଡ଼ ଆକ୍ରମଣରେ ବୃଦ୍ଧ ମୃତ

ବାରଙ୍ଗ,୧୦।୯(ଡି.ଏନ୍‌.ଏ): ରାଜଧାନୀ ଉପକଣ୍ଠ ଖୈରାପଡ଼ା ଗ୍ରାମରେ ମାଙ୍କଡ଼ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହର୍ଷ ଦାସ(୬୭)। ହର୍ଷ ଶୌଚ ପାଇଁ ନଦୀକୁ ଯାଉଥିବା ବେଳେ ଗଛରେ ବସିଥିବା ଏକ ମାଙ୍ଗଡ଼ ତାଙ୍କ ଉପରକୁ ଲମ୍ଫ ମାରିଥିଲା। ବୃଦ୍ଧ ତଳେ ପଡ଼ିଯିବାରୁ ମାଙ୍କଡ଼ଟି ତାଙ୍କୁ କାମୁଡ଼ି କ୍ଷତାକ୍ତ କରିପକାଇଥିଲା। ଖବର ପାଇ ପରିବାର ଲୋକେ ପହଞ୍ଚି ହର୍ଷଙ୍କୁ ଉଦ୍ଧାରକରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।