Categories: ଫୁରସତ

ମାଙ୍କଡ଼କୁ ଜେଲଦଣ୍ଡ !

ଲକ୍ଷ୍ନୌ, ୧୭।୬: ମଣିଷଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହେବା କଥା ଶୁଣାଅଛି। ତେବେ ମାଙ୍କଡ଼କୁ ଆଜୀବନ ଜେଲଦଣ୍ଡା ଦେଶ କରାଯିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଉତ୍ତରପ୍ରଦେଶ ମିର୍ଜାପୁର ଜିଲାରେ ଏଭଳି ଘଟିଛି। ଗତ ୩ବର୍ଷ ତଳେ ଧରାପଡ଼ିଥିବା ଏକ ମାଙ୍କଡ଼ର ଅଭ୍ୟାସରେ କୌଣସି ପରିବର୍ତ୍ତନ ନ ଆସିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। କଟରା ଥାନା ଅଞ୍ଚଳରେ ଏହି ମାଙ୍କଡ଼ର ଉପଦ୍ରବରେ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ। ମାଙ୍କଡ଼ଟି ଛୋଟ ଛୁଆଙ୍କ ମୁହଁ ଖଣ୍ଡିଆ କରି ପଳାଉଥିଲା। ଶେଷରେ ୨୦୧୭ରେ ତାକୁ କାନପୁର ବନ ବିଭାଗ ପକ୍ଷରୁ ଧରାହୋଇଥିଲା। ମାଙ୍କଡ଼କୁ ଜଣେ ତାନ୍ତ୍ରିକ ପାଳିଥିଲେ ବୋଲି କୁହାଯାଉଛି। ଏହାର ନାମ ତାନ୍ତ୍ରିକ କଲୁଆ ରଖିଥିଲେ। ତେବେ ମାଙ୍କଡ଼ର ଅଭ୍ୟାସରେ ପରିବର୍ତ୍ତନ ନ ଆସିବାରୁ ଏବେ ତାକୁ ଆଜୀବନ ପିଞ୍ଜରାରେ ରଖାଯିବାକୁ ନିଷ୍ପତ୍ତି ହୋଇଥିବା କାନପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ମହମ୍ମଦ ନାସିର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାଙ୍କଡ଼ଟି ୩୦ରୁ ଅଧିକ ଶିଶୁଙ୍କ ମୁହଁ ଖଣ୍ଡିଆ କରିଥିବା କୁହାଯାଉଛି।

Share