Posted inଫୁରସତ

ମାଗଣା ରୋଗୀ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି କରିମ୍‌

ପଶ୍ଚିମବଙ୍ଗର ଜଲପାଈଗୁଡ଼ି ଜିଲା ଅନ୍ତର୍ଗତ ଢାଲାବାରୀ ଗାଁ ନିବାସୀ କରିମ୍‌ ଉଲ୍‌-ହକ୍‌ ଏବେ ଆମ୍ବୁଲାନ୍ସ ଦାଦା ନାଁରେ ବେଶ୍‌ ପରିଚିତ। କରିମ୍‌ ଏକ ଚା’ ବଗିଚାରେ କାମ କରନ୍ତି। କିନ୍ତୁ ରୋଗୀ, ଗରିବ ଏବଂ ଦୁର୍ବଳ ଲୋକଙ୍କୁ ନିଜ ବାଇକ୍‌ରେ ବସାଇ ଜିଲା ହସ୍ପିଟାଲ୍‌ରେ ପହଞ୍ଚାଇବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଧରିନେଇଛନ୍ତି। ତାଙ୍କର ଏହି ସେବାକୁ ଲୋକେ ପ୍ରଥମେ ଦେଖାଣିଆ ବୋଲି ଭାବୁଥିଲେ। ପରେ ଜାଣିଲେ ଏହା କରିମ୍‌ଙ୍କର ନିଃସ୍ବାର୍ଥପର ସେବା। ପ୍ରକୃତରେ କରିମ୍‌ ଯେଉଁ ଅଞ୍ଚଳରେ ରହୁଛନ୍ତି, ଆଜକୁ ପ୍ରାୟ ୨୦ ବର୍ଷ ପୂର୍ବେ ଏଠାରେ କୌଣସି ପ୍ରକାର ଯାତାୟାତ କିମ୍ବା ସ୍ବାସ୍ଥ୍ୟସେବା ଉପଲବ୍ଧ ନ ଥିଲା। ତେଣୁ ଆଖି ସାମ୍ନାରେ ନିଜ ମା’ଙ୍କୁ ରୋଗରେ ପଡ଼ି ମୃତ୍ୟୁବରଣ କରିଥିବା ଅଙ୍ଗେ ନିଭାଇଥିଲେ। ଏଘଟଣା ତାଙ୍କ ମନକୁ ଏଭଳି ଭାବେ ଆଘାତ ଦେଇଥିଲା ଯେ, ସେ ଆଖି ସାମ୍ନାରେ କୌଣସି ରୋଗୀଙ୍କୁ ଦେଖିଲେ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାର ବାଟ ଖୋଜୁଥିଲେ। ଏହି ସେବା ପାଇଁ ତାଙ୍କ ସାଥୀ ପାଲଟିଛି ବାଇକ୍‌। କରିମ୍‌ ନିଜ ବାଇକ୍‌ରେ ୪୦-୫୦ କିମି ଦୂର ପର୍ଯ୍ୟନ୍ତ ରୋଗୀଙ୍କୁ ବୋହି ହସ୍ପିଟାଲରେ ପହଞ୍ଚାଉଛନ୍ତି। ଏହି ସେବା ଯୋଗୁ ଅନେକ ନିରୀହ ଜୀବନ ଅକାଳ ମୃତ୍ୟୁମୁଖରୁ ବର୍ତ୍ତିପାରୁଛି। କେବଳ ସେତିକି ନୁହେଁ, ଏଭଳି ଆମ୍ବୁଲାନ୍ସ ସେବା ଯୋଗାଉଥିବାରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri