Categories: ଖେଳ

ମାଗଣା ମ୍ୟାକ୍‌ଡୋନାଲ୍ଡ ବର୍ଗର ଦେଇଥିବା ଝିଅକୁ ଖୋଜୁଛନ୍ତି ରୋନାଲ୍ଡୋ

ମାଡ୍ରିଡ୍‌,୨୧।୯: ପୂର୍ବତନ ରିଅଲ ମାଡ୍ରିଡ୍‌ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ବିଶ୍ୱର ଅନ୍ୟତମ ବିତ୍ତଶାଳୀ ଆଥ୍‌ଲେଟ। କିନ୍ତୁ ଧନ ଯୋଗୁ ନିଜର ସଂଘର୍ଷବେଳର କାହାଣୀ ଭୁଲି ଯାଇ ନାହାନ୍ତି। ରୋନାଲ୍ଡୋ ଓ ତାଙ୍କ ସ୍ପୋର୍ଟିଂ ଲିସବନ ଦଳର ସାଥୀଙ୍କ ବୟସ ଯେତେବେଳେ ୧୧ ଥିଲା କିଛି ଝିଅ ଦୁହିଁଙ୍କୁ ମାଗଣାରେ ମ୍ୟାଡୋନାଲ୍ଡ ବର୍ଗର ଦେଉଥିଲେ। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ଆମକୁ ବହୁତ ଭୋକ କଲେ ସ୍ପୋର୍ଟିଂ ଷ୍ଟାଡିୟମ ନିକଟରେ ଏକ ମ୍ୟାକଡୋନାଲ୍ଡ ଦୋକାନ ଥିଲା। ସେଠାରେ ରାତିରେ ଆମେ ମାଗଣାରେ ବର୍ଗର ଖାଇବାକୁ ମାଗୁଥିଲୁ। ଇଡ୍‌ନା ନାମକ ଜଣେ ଝିଅ ଓ ଆଉ ଦୁଇ ଜଣ ନିୟମିତ ଆମକୁ ରାତ୍ରିଭୋଜନ କରାନ୍ତି। ମୁଁ ସେହି ଦିନକୁ ଭୁଲି ନାହିଁ। ମୁଁ ପର୍ତ୍ତୁଗାଲ ଲୋକଙ୍କୁ ଇଡ୍‌ନାଙ୍କ ସମ୍ପର୍କରେ ପଚାରି ଥିଲି, ମାତ୍ର ସେମାନେ ମ୍ୟାକ୍‌ଡୋନାଲ୍ଡ ଦୋକାନ ବନ୍ଦ କରିସାରିଥିବା ଜଣାପଡ଼ିଲା। ହେଲେ ଏହି ସାକ୍ଷାତ୍‌କାର ଯୋଗୁ ଯଦି ସେମାନଙ୍କୁ ପୁଣି ଥରେ ଦେଖା କରିବାକୁ ସୁଯୋଗ ପାଏ ମୁଁ ଖୁସି ହେବି। ମୁଁ ସେମାନଙ୍କୁ ମୋ ସହ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ କରିବାକୁ ଚାହେଁ ବୋଲି ରୋନାଲ୍ଡୋ କହିଛନ୍ତି।

Share