Categories: ଫୁରସତ

ମାଗଣାରେ ମାସ୍କ ବାଣ୍ଟୁଛନ୍ତି କ୍ୟାବ୍‌ ଡ୍ରାଇଭର

ବେଙ୍ଗାଲୁରୁ: କରୋନା ଭାଇରସ୍‌ ଭୟରେ ଏବେ ସବୁଆଡେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥିପାଇଁ ଲୋକେ ସତର୍କତା ସ୍ବରୂପ ମାସ୍କ କିଣି ପିନ୍ଧୁଛନ୍ତି । କେତେକ ସ୍ଥାନରେ ଲୋକେ ଏତେ ସଂଖ୍ୟାରେ ମାସ୍କ କିଣୁଛନ୍ତି ଯେ ବଜାରରେ ମାସ୍କ ଅଭାବ ଦେଖାଦେଇଛି । ଏଭଳି ଏକ ସମୟରେ ଲୋକଙ୍କୁ ମାଗଣାରେ ମାସ୍କ କିଣି ବାଣ୍ଟୁଛନ୍ତି ବାଙ୍ଗାଲୋରର ଜଣେ କ୍ୟାବ୍‌ ଡ୍ରାଇଭର । ଡ୍ରାଇଭରଙ୍କ ନାଁ ହେଉଛି ଆଜମ ଖାନ୍‌ । ସେ ତାଙ୍କ କ୍ୟାବରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ମାଗଣାରେ ମାସ୍କ ବାଣ୍ଟୁଛନ୍ତି । ଆଜମ ଥରେ ତାଙ୍କ ପାଖରେ ଥିବା ଏକ ନୂଆ ମାସ୍କକୁ ଜଣେ ଯାତ୍ରୀଙ୍କୁ ଦେଇଥିଲେ । ଏହାପରେ ସେ ଚିନ୍ତା କରିଥିଲେ କି ମାସ୍କ ଆବଶ୍ୟକତା ଥିବା ସମସ୍ତ ଯାତ୍ରୀଙ୍କୁ ସେ ମାସ୍କ ବାଣ୍ଟିବେ । ଏହା ପରଠାରୁ ସେ ପ୍ରତିଦିନ ପ୍ରାୟ ୧୦ ରୁ ଅଧିକ ମାସ୍କ କିଣୁଛନ୍ତି ଏବଂ ଯେଉଁ ଯାତ୍ରୀମାନଙ୍କ ପାଖରେ ମାସ୍କ ନଥାଏ ସେମାନଙ୍କୁ ଦେଇଥାନ୍ତି । ଆଜମଙ୍କ ମତରେ କ୍ୟାବରେ ସବୁ ପ୍ରକାରର ଲୋକ ଆସୁଛନ୍ତି । ତେଣୁ ଏଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ତେଣୁ ସମସ୍ତଙ୍କୁ ସଚେତନ କରିବା ନିହାତି ଜରୁରୀ ହୋଇଥିବାରୁ ସେ ନିଜ ହାତରୁ ଖର୍ଚ୍ଚ କରି ଏହି ପଦକ୍ଷେପ ନେଉଛନ୍ତି ।

Share