Posted inରାଜ୍ୟ

ମାଗଣାରେ ପାଞ୍ଚଟଙ୍କିଆ ଖାଦ୍ୟ ନ ଦେବାରୁ ମାଡ଼ମାରି ଢାଳିଦେଲେ ଯୁବକ, ଥାନାରେ ଅଭିଯୋଗ

ରଣପୁର, ୨୭।୫(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ସରକାରୀ ଡାକ୍ତରଖାନା ପରିସରରେ ରହିଛି ପାଞ୍ଚଟଙ୍କିଆ ଆହାର କେନ୍ଦ୍ର। ସୋମବାର ଉକ୍ତ କେନ୍ଦ୍ରର କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଗଣାରେ ଖାଦ୍ୟ ନ ଦେବାରୁ ସେହି ଯୁବକ ଜଣକ ଗଣ୍ଡଗୋଳ କରି ସମସ୍ତ ଖାଦ୍ୟ ତଳେ ପକାଇ ଦେଇଛନ୍ତିଲ। ସେ ହେଲେ ରଣପୁର ଗୋଡିପାଟଣା ସାହିର ସପନା ସେଠୀ।
ସୂଚନାଯୋଗ୍ୟ, ସପନା ଆହାର କେନ୍ଦ୍ରକୁ ଯାଇ କର୍ମଚାରୀ ତ୍ରିନାଥ ସାହୁଙ୍କୁ ଖାଇବାକୁ ମାଗିଥିଲେ। ଏ ବାବଦକୁ ତ୍ରିନାଥ ତାଙ୍କୁ ୫ ଟଙ୍କା ମାଗିବାରୁ ସେ ଟଙ୍କା ଦେବାକୁ ମନା କରିଥିଲେ। ଏହାକୁ ନେଇ ଉୟୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସପନା ରାଗିଯାଇ ତ୍ରିନାଥଙ୍କୁ ମାଡ଼ ମାରିବା ସହିତ ଆହାର କେନ୍ଦ୍ରରେ ୨୭୦ ଜଣଙ୍କ ପାଇଁ ଥିବା ଖାଦ୍ୟକୁ ଫୋପାଡିଦେଇ ଚାଲିଯାଇଥିଲେ। ଏ ନେଇ ତ୍ରିନାଥଙ୍କ ସହ ଆହାର କେନ୍ଦ୍ରର ସମସ୍ତ କର୍ମଚାରୀ ରଣପୁର ଥାନାକୁ ଯାଇ ସପନାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ସପନାଙ୍କୁ ଏଯାବତ୍‌ ଗିରଫ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୪୮ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର, ୨୧ା୨ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ। ଏବେ ରାଜ୍ୟରେ ପାଗ ମୁଖ୍ୟତଃ…

ଝିଅର ଟିକ୍‌ଟକ୍‌ ନିଶା, ୫୧ ଲକ୍ଷର ବିଲ୍‌ ଗଣିଲେ ଦମ୍ପତି

ଲଣ୍ଡନ,୨୧।୨: ମୋବାଇଲ ଫୋନ୍‌ରେ ଟିକ୍‌ଟକ୍‌ ଦେଖିବାକୁ ୫୧ ଲକ୍ଷ ଟଙ୍କାର ବିଲ୍‌ ଭରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁ ଥିଲେ…

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri